ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଗୁଳି ବିନିମୟ: ଜଣେ ପିଏଲଏଫଆଇ ସଦସ୍ୟ ନିହତ, ୫ ଗିରଫ

ରାଉରକେଲା/ବୀରମିତ୍ରପୁର: ଓଡିଶା -ଝାରଖଣ୍ଡ ସୀମାନ୍ତ ସିମଡେଗା ଜିଲ୍ଲା ଅନ୍ତର୍ଗତ ଜଲଡେଗା ଥାନାର ବନ୍ଧସେରା ଜଙ୍ଗଲର ପୁଲିସ-ପିଏଲଏଫଆଇ ସଦସ୍ୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ପିଏଲଏଫଆଇ ଗିରଫ ହୋଇଛନ୍ତି । ଗିରଫ ପିଏଲଏଫଆଇ ସଦସ୍ୟମାନଙ୍କ ମଧ୍ୟରୁ ଜଣେ ଗୁରତର ଆହତ ହୋଇଥିବା ଜଣାଯାଇଛି । ତାଙ୍କୁ ରାଞ୍ଚିସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି ।

ଗିରଫଙ୍କ ମଧ୍ୟରେ ଦୁଇ ମହିଳା ଥିବା ଜଣା ପଡିଛି।  ଆଜି ଭୋର ପ୍ରାୟ ସାଢେ ୪ ଟାରେ ସିମଡେଗା ଜିଲ୍ଲା ଜଲଡେଗା ଥାନା ଅନ୍ତର୍ଗତ ବନ୍ଦସେରା ଜଙ୍ଗଲରେ କିଛି ପିଏଲଏଫଆଇ ବଡ଼ ଧରଣର ଯୋଜନା କରୁଥିବା ପୁଲିସକୁ ସୂଚନା ମିଳିଥିଲା। ପରେ ଏସପିଙ୍କ ନିର୍ଦେଶ କ୍ରମେ ଗଠିତ ପୁଲିସ ଟିମ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ସେଠାରୁ ଖସି ଯିବାକୁ ପିଏଲଏଫଆଇ ପୁଲିସ ଉପରକୁ ଗୁଳି ଚଳାଇ ଥିଲା। ପାଲଟା ଜବାବରେ ପୁଲିସ ଗୁଳି ଚଳାଇ ଥିଲା। ଗିରଫ ସଦସ୍ୟ ଗତ ଚାରି ଦିନ ତଳେ ନୂଆଗାଁ ବ୍ଲକ କର୍କନାସା ସରପଞ୍ଚ ଅପହରଣ ଘଟଣାରେ ସାମିଲ ଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର