ଦେବଗଡ଼: ମାଛ ଧରିବା ପାଇଁ ଯାଇଥିବା ବେଳେ ଡଙ୍ଗା ବୁଡିଯାଇଛି। ଫଳରେ ଜଣେ ଲୋକ ନିଖୋଜ ଥିବା ବେଳେ ୫ଜଣଙ୍କୁ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ, ବାରକୋଟ ବ୍ଲକର ବାଲିରଇ ଗ୍ରାମର ମଙ୍ଗଲୁ ପେଣ୍ଠେଇ, ରଜନୀ ପେଣ୍ଠେଇ, ଦୁଃଖୁନୁ ପେଣ୍ଠେଇ, ଦଣ୍ଡ ପେଣ୍ଠଇ, ଭାଗ୍ୟ ପେଣ୍ଠେଇ ଓ ହେମନ୍ତ ପେଣ୍ଠେଇ ମାଛ ଧରିବା ପାଇଁ ରେଙ୍ଗାଳୀ ଜଳଭଣ୍ଡାରକୁ ଯାଇଥିଲୋ ତେବେ ସଂଧ୍ୟାସମୟରେ କାଳବେଶାଖୀ ଯୋଗୁଁ ବର୍ଷା ଓ ପବନ ହୋଇଥିଲା। ଫଳରେ ଜଳଭଣ୍ଡାର ମଧ୍ୟରେ ଡଙ୍ଗା ବୁଡିଯାଇଥିଲା।
ଖବରପାଇ ଘଟଣାସ୍ଥଳରେ ବାରକୋଟ ଅଗ୍ନିଶମ ବିଭାଗ ଓ ଗ୍ରାମବାସୀମାନେ ଜଳଭଣ୍ଡାର ମଧ୍ୟରୁ ମଙ୍ଗଲୁ ପେଣ୍ଠେଇ, ଦଣ୍ଡ ପେଣ୍ଠେଇ, ରଜନୀ ପେଣ୍ଠେଇ, ଦୁଃଖୁନୁ ପେଣ୍ଠେଇ, ଭାଗ୍ୟ ପେଣ୍ଠେଇ ଉଦ୍ଧାର କରିଥିଲୋ ତେବେ ହେମନ୍ତ ପେଣ୍ଠେଇ ବର୍ତ୍ତମାନ ପର୍ଯ୍ୟନ୍ତ ନିଖୋଜ ଥିବା ଜଣାପଡିଛି। ରାତି ହୋଇଥିବା ଯୋଗୁଁ ଜଳଭଣ୍ଡାର ଭିତରେ ସର୍ଚ୍ଚ ଅପରେସନରେ ବାଧାପ୍ରାପ୍ତ ହୋଇଛି। ଆସନ୍ତାକାଲି ସକାଳେ ଅଗ୍ନିଶମ ବିଭାଗ ପକ୍ଷରୁ ପୁଣିଥରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯିବ ବୋଲି ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/boat.jpg)