ଛତିଶଗଡର ଦନ୍ତେୱାଡା ପୁଲିସ ନିକଟରେ ୫ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡା ପୁଲିସ ନିକଟରେ ୫ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସ୍ପି‌ ଅଭିଷେକ ପଲ୍ଲବଙ୍କ ନିକଟରେ ଏହି ୫ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ ହୁଙ୍ଗା(୪୮), ଲିଙ୍ଗାରାମ(୩୨), ଜଗା ଅରଫ ପାନ୍ତା(୪୭), ଜଗା କୁଞ୍ଜାମ(୨୨) ଏବଂ ପାଣ୍ଡୁ(୩୦)। ଛତିଶଗଡ ପୁଲିସ ପ୍ରଶାସନ ତରଫରୁ ନକ୍ସଲଙ୍କ ଘରକୁ ଫେରିଆସ ଅଭିଯାନ ଅନ୍ତର୍ଗତ ଏହି ୫ ଜଣ ନକ୍ସଲ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା କୁହାଯାଇଛି।

ପୁଣି ବର୍ତ୍ତମାନ କରୋନା ସଂକ୍ରମଣ ବଢୁଥିବାରୁ ନକ୍ସଲ ସଂଗଠନରେ ଏବେ ଭୟ ଆତଙ୍କ ଖେଳିଯାଇଛି।ନକ୍ସଲମାନେ ନିଜ ନିଜ ଘରକୁ ଫେରୁଛନ୍ତି। ଏହି ନକ୍ସଲମାନେ ବହୁ ହିଂସାରେ ଜଡିତ ଥିବା ପୁଲିସ କହିଛି। ତେବେ ମୁଖ୍ୟସ୍ରୋତରେ ସାମିଲ ହୋଇ ଆଗକୁ ଆଉ ନକ୍ସଲଙ୍କୁ ସମର୍ଥନ କରିବେ ନାହିଁ ବୋଲି ଶପଥ ନେଇଥିଲେ। ସଂଗଠନରେ ପୂର୍ବ ଭଳି ଲକ୍ଷ୍ୟ ଓ ଆଦର୍ଶନ ନେଇ କାର୍ଯ୍ୟ କରାଯାଉନଥିବା କୁହାଯାଇଛି। ପୁଲିସ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଏମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବା ପାଇଁ ସମସ୍ତ ସୁଯୋଗ ପ୍ରଦାନ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର