ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ଏହି ଗାଁର ଏକ ୫ ବର୍ଷର ଶିଶୁକୁ କୁକୁରମାନେ ଗୋଡ଼ାଇ ଗୋଡ଼ାଇ କାମୁଡିବା ଫଳରେ ଶିଶୁର ଶୋଚନୀୟ ମୃତ୍ୟୁ ହେବା ଘଟଣା ସାଧାରଣ ଚାଞ୍ଚଲ୍ୟ ଖେଳି ଯାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କୋକସରା ବ୍ଲକ ଅନ୍ତର୍ଗତ ଖୁଣ୍ଟିଆ ଗାଁର ଲାଷ୍ମୀଧର ଧରୁଆଙ୍କ ୫ ବର୍ଷର ପୁଅ ବସନ୍ତ ଧରୁଆ ଆଜି ସାଙ୍ଗ ମେଳରେ ଘର ନିକଟରେ ଥିବା ପୋଖରୀ ପାଖରେ ଖେଳୁଥିଲା । ଏହି ସମୟରେ ହଠାତ କୁକୁର ପଳ ଖେଳୁଥିବା ଶିଶୁମାନଙ୍କୁ ଗୋଡ଼ାଇ ଥିଲେ । ପରେ ବସନ୍ତକୁ ମାଡି ବସି ଝୁଣି ପକାଇଥିଲେ । ପରେ ବାଟରେ ଯାଉଥିବା ଲୋକ ଶିଶୁ ବସନ୍ତକୁ କୁକୁରମାନଙ୍କ ହାବୁଡ଼ରୁ ଉଦ୍ଧାର କରିଥିଲେ ।
ବସନ୍ତକୁ ଚିକିତ୍ସା ନିମନ୍ତେ ତୁରନ୍ତ ଧର୍ମଗଡ଼ ହସ୍ପିଟାଲକୁ ନେଇଥିଲେ । ତେବେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ । ଶିଶୁ ପୁଅକୁ ଆକସ୍ମିକ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ଦେଖାଦେଇଛି । ଖୁଣ୍ଟିଆ ସରପଞ୍ଚ ଧର୍ମବ୍ରତ ପଣ୍ଡା ଶିଶୁ ପରିବାରକୁ ସାନ୍ତ୍ୱନା ଦେବା ସହ ହରିଶ୍ଚନ୍ଦ୍ର ଯୋଜନାରୁ ୨ ହଜାର ଟଙ୍କା ସହାୟତା ଦେଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/88c010c8-7097-4d0c-aaa4-f9c5b3eb67b5.jpg)