ଚାଲିଚାଲି ଚାନ୍ଦିପୁରରୁ ବାରିପଦା, କ୍ୱାରେଣ୍ଟାଇନ ରହିଲେ ୫ ଯୁବକ

ବାରିପଦା: ଲକଡାଉନରେ ଚାଲି ଚାଲି ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରରୁ ବାରିପଦା। ଆଉ ପ୍ରଶାସନ ହାତରେ ଧରାପଡ଼ି କ୍ୱାରେଣ୍ଟାଇନ ରହିଲେ ୫ ଯୁବକ। ଆଜି ବାରିପଦା ସହର ଉପକଣ୍ଠ ପାଲବଣୀ-ଚିତ୍ରଡ଼ା ରାସ୍ତା ଦେବେନ୍ଦ୍ରପୁର ମିଲନଦେବୀ ଆଇଟିଆଇ ପଛ ରେଳ ଲାଇନ ଉପରେ କେତେକ ଯୁବକ ଚାଲିଚାଲି ଯାଉଥିବାର ଦେଖି ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ସନ୍ଦେହ ହୋଇଥିଲା । ସେମାନେ ଯୁବକମାନଙ୍କୁ ଅଟକାଇ ପୁଲିସକୁ ଖବର ଦେଇଥିଲେ । ପୁଲସ ପହଁଞ୍ଚି ରେଳଧାରଣା ଉପରେ ଚାଲିଚାଲି ଯାଉଥିବା ୫ ଜଣ ଯୁବକଙ୍କୁ ପଚାରିବା ପରେ ସେମାନେ ବାଲେଶ୍ୱର ଚାନ୍ଦିପୁରଠାରେ ଏକ ନିର୍ମାଣ କମ୍ପାନୀରେ କାମ କରୁଥିଲେ। ଆଜି ନିଜ ଘରକୁ ଫେରି ଆସୁଥିବାର ପ୍ରକାଶ କରିଥିଲେ । ଉକ୍ତ ଯୁବକମାନଙ୍କ ମଧ୍ୟରେ ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳର ୩ ଜଣ ରହିଥିବା ବେଳେ ୨ ଜଣ ବିଜାତଳା ଅଞ୍ଚଳର ଥିବା ଜଣାପଡ଼ିଛି। ସେମାନଙ୍କୁ ପୁଲିସ ନେଇ କ୍ୱାରେଣ୍ଟାଇନ ଗୃହରେ ରଖିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର