ସ୍ବାଭିମାନ ଅଞ୍ଚଳର ଲାଲଗଡରେ ଉଡିବ ତ୍ରିରଙ୍ଗା, ପହଞ୍ଚିଲେ ରାଜ୍ୟ ପୁଲିସ ବିଭାଗର ବଡ ଅଧିକାରୀ

ସୀମା ସିଲ, ସୁରକ୍ଷା କଡାକଡି

ମାଲକାନଗିରି: ଆସନ୍ତାକାଲି ୭୪ତମ ସାଧାରଣତନ୍ତ୍ର ଦିବସ ସାରା ଦେଶରେ ପାଳନ ହେବାକୁ ଯାଉଥିବା ବେଳେ ମାଲକାନଗିରିର ଲାଲଗଡ କୁହାଯାଉଥିବା ସ୍ବାଭିମାନ ଅଞ୍ଚଳରେ ତ୍ରିରଙ୍ଗା ଉଡିବ ବୋଲି କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ସ୍ବାଭିମାନ ଅଞ୍ଚଳର ହନ୍ତାଳଗୁଡାରେ ଗୁଇନ୍ଦା ନିର୍ଦେଶକ ସଞ୍ଜୀବ ପଣ୍ଡା, ଅପରେସନ ଆଇଜି ଅମିତାଭ ଠାକୁର, ସ୍ବତନ୍ତ୍ରର ଗୁଇନ୍ଦା ବିଭାଗର ଡିଆଇଜି ଅନିରୁଦ୍ଧ ସିଂହ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ପ୍ରମୁଖ ପହଞ୍ଚିଛନ୍ତି। ଦୀର୍ଘବର୍ଷ ଧରି ସ୍ବାଭିମାନ ଅଞ୍ଚଳରେ କଳାପାତାକା ନକ୍ସଲ ଉଡାଉଥିବା ବେଳେ ଏଥର କଡା ସୁରକ୍ଷାରେ ସ୍ବାଭିମାନ ଅଞ୍ଚଳର ଲୋକେ ତ୍ରିରଙ୍ଗା ଉଡାଇବେ ବୋଲି କୁହାଯାଇଛି।

ସ୍ବାଭିମାନ ଅଞ୍ଚଳର ୯ଯାକ ପଞ୍ଚାୟତରେ ଏଥର ତ୍ରିରଙ୍ଗା ପାତାକା ଉଡିବ। ଏଥିପାଇଁ ପୁଲିସ ପ୍ରଶାସନ ତରଫରୁ କଡା ସୁରକ୍ଷାର ବ୍ୟବସ୍ଥା କରାଯାଇଛି। ନକ୍ସଲଙ୍କର ଗତିବିଧି ଉପରେ ତୀକ୍ଷଣ ନଜର ରଖିଛି ଗୁଇନ୍ଦା ବିଭାଗ। ଯେପରି କୌଣସି ସ୍ଥାନରେ କଳାପାତାକା ନଉଡେ ସେନେଇ ପୁଲିସ କଡାକଡି ସୁରକ୍ଷା ଦେଉଛି। ସୀମାକୁ ସିଲ କରିଦେବା ସହ ଯାନବାହାନ ଯାଞ୍ଚ କରାଯାଉଛି। ଛତିଶଗଡ ନକ୍ସଲ ଜିଲ୍ଲା ଭିତରେ ପଶିବାର ସମ୍ଭାବନା ରହିଥିବାରୁ ବିଏସଏଫ, ଏସଓଜି ଏବଂ ଡିଭିଏଫ ଯବାନ ସୀମାରେ କୁମ୍ବିଂକୁ ଜୋରଦାର କରୁଛନ୍ତି। ଆସନ୍ତାକାଲି ସ୍ବାଭିମାନ ଅଞ୍ଚଳରେ ତ୍ରିରଙ୍ଗା ଉଡାଉ ପୁଲିସ ନକ୍ସଲଙ୍କୁ ଖୋଲା ଚ୍ୟାଲେଞ୍ଜ କରିବ। ଏଠାରେ ନକ୍ସଲ ତଡା ଖାଇବା ପରେ ଏକ ପ୍ରକାର ଖାଇଲା ବାଘ ଭଳି ରହିଛନ୍ତି। କୌଣସି ମୁହର୍ତ୍ତରେ କିଛି ବି ଘଟାଇବାକୁ ଆଶଂକା କରି ସମସ୍ତ ସୁରକ୍ଷାକୁ କଡାକଡି
କରାଯାଉଛି।

ସମ୍ବନ୍ଧିତ ଖବର