ଭଦ୍ରକ : ଭଦ୍ରକ ଜିଲ୍ଲାରେ ଆଜି ଏକ ଫ୍ଲେକ୍ସ ପ୍ରିଣ୍ଟିଂ ମାଲିକ ସଂଘ ଗଠିତ ହୋଇଯାଇଛି। ଏକ୍ରାମ ଆଟର୍ସର ମୁଖ୍ୟ ଏସ.କେ. ଏକ୍ରାମ ମହମ୍ମଦଙ୍କୁ ସଂଘର ସଭାପତି ଭାବେ ମନୋନିତ କରାଯାଇଥିବା ବେଳେ ପ୍ରଭାତ ଆଟର୍ସର ମୁଖ୍ୟ ପ୍ରଭାତ କୁମାର ଜେନାଙ୍କୁ ସଂପାଦକ ଭାବେ ମନୋନିତ କରାଯାଇଛି। ସଂଗ୍ରାମ କେଶରୀ ବିଶ୍ବାଳଙ୍କୁ ମୁଖ୍ୟ ଉପଦେଷ୍ଟା ଭାବେ ମନୋନିତ କରାଯାଇଛି। ଜିଲ୍ଲାର ସମସ୍ତ ମାଲିକ ଉପସ୍ଥିତ ରହିଥିବା ବେଳେ ଅନ୍ୟ କିଛି ଜିଲ୍ଲାର କର୍ମକର୍ତ୍ତମାନେ ମଧ୍ୟ ଏଇ ସଭାରେ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଫ୍ଲେକ୍ସ ପ୍ରିଣ୍ଟିଂ ଉପରେ ଜିଲ୍ଲାର ବହୁ ବେକାର ଯୁବକ ଯୁବତୀମାନେ ଆତ୍ମନିର୍ଭରଶୀଳ ହୋଇ ରହିଥିବା ବେଳେ କରୋନା ସମୟରେ ଏଇ କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଛି। ସଂସ୍ଥାର ମାଲିକମାନେ କ୍ଷତିଗ୍ରସ୍ତ ହୋଇଛନ୍ତି । ଅନେକ ସଂସ୍ଥା ଋଣଗ୍ରସ୍ତ ହୋଇ ବହୁ ଅସୁବିଧା ଭିତରେ ଦିନ କାଟୁଛନ୍ତି। ଆଗାମୀ ଦିନରେ ସଂଘ ମାଧ୍ୟମରେ ବିଭିନ୍ନ ସମସ୍ୟା ନେଇ ସରକାରଙ୍କର ଦୃଷ୍ଟି ଗୋଚର କରାଯିବା ସହ ଫ୍କେକ୍ସ ପ୍ରିଣ୍ଟିଂ ସଂସ୍ଥାର କିଭଳି ବିକାଶ ହୋଇପାରିବ ସେ ଦିଗରେ ସଂଘ କାର୍ୟ୍ୟ କରିବ ବୋଲି ନବ ନିର୍ବାଚିତ କର୍ମକର୍ତ୍ତମାନେ ମତ ପ୍ରଦାନ କରିଥିଲେ।
ଭଦ୍ରକ ଜିଲ୍ଲାରେ ଫ୍ଲେକ୍ସ ପ୍ରିଣ୍ଟିଂ ମାଲିକ ସଂଘ ଗଠିତ
/sambad/media/post_attachments/wp-content/uploads/2021/11/flex-board-printing-service-500x500-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)