ଜିଲ୍ଲାରେ ୧୨୫୩.୨୯ ହେକ୍ଟର ଚାଷ ଜମି ପ୍ରଭାବିତ, ୫୮ ଲକ୍ଷ ୯୭ହଜାରରୁ ଅଧିକ ଇନପୁଟ ସବସିଡ୍ ମଗାଗଲା

ବାରିପଦା: ଚଳିତ ଲଘୁଚାପଜନିତ ବର୍ଷାରେ ମୟୂରଭଞ୍ଜରେ ପ୍ରାଥମିକ ଆକଳନ ଅନୁଯାୟୀ ୧୨୫୩.୨୯ ହେକ୍ଟର ଚାଷ ଜମି କ୍ଷତି ହୋଇଛି। ଏନେଇ ହୋଇଥିବା କ୍ଷୟକ୍ଷତି ଭରଣା ନିମନ୍ତେ ଜିଲ୍ଲାପାଇଁ ୫୮ଲକ୍ଷ ୯୭ ହଜାର ୫୭୨ ଟଙ୍କାର ଇନପୁଟ ସବସିଡ୍ ମଗାଯାଇଛି। ଧାନ ଏବଂ ଅଣଧାନକୁ ମିଶାଇ ଏହି କ୍ଷୟକ୍ଷତି ହୋଇଥିବା ଆଜି ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ କୃଷି ବିଭାଗ ପକ୍ଷରୁ ତଥ୍ୟ ଉପସ୍ଥାପନ କରାଯାଇଛି। ଶ୍ୟାମାଖୁଣ୍ଟା, ବଡ଼ସାହି, ରାସଗୋବିନ୍ଦପୁର ଏବଂ ଯଶୀପୁର ବ୍ଲକ୍ ଏନେଇ ପ୍ରଭାବିତ ହୋଇଛନ୍ତି।

ବଡ଼ସାହି ବ୍ଲକ୍ ନିମନ୍ତେ ସର୍ବାଧିକ ୪୮ ଲକ୍ଷ ୨୮ହଜାର ଟଙ୍କାର ସବସିଡ୍ ମଗାଯାଇଛି। ତେବେ ଏହି ପରିମାଣ ଆହୁରି ଅଧିକ ହେବ ବୋଲି ବରିଷ୍ଠ କୃଷି ଅଧିକାରୀ ମନୋଜ ଚାନ୍ଦ ସୂଚନା ଦେଇଛନ୍ତି। ସେହିପରି ବିଶେଷ ପ୍ରଭାବିତ ହୋଇଥିବା ଧାନ ବିଲରେ ମୁଗ, ବିରି ଫସଲ ନିମନ୍ତେ ଜିଲ୍ଲା କୃଷି ବିଭାଗ ଲକ୍ଷ୍ୟ ରଖିଛି।

ଏହା ଫଳରେ ଚାଷୀମାନେ ଫସଲ କ୍ଷୟକ୍ଷତିକୁ ଭରଣା କରିବାର ସୁଯୋଗ ପାଇବେ। ତେବେ ରାଜ୍ୟ ସରକାର କିନ୍ତୁ ଫସଲ କ୍ଷତିର ଭରଣା ନିମନ୍ତେ ସମସ୍ତ ବ୍ୟବସ୍ଥା କରିବାର ଯଥେଷ୍ଟ ସମ୍ଭାବନା ରହିଥିବା ଶ୍ରୀ ଚାନ୍ଦ୍ର ପ୍ରକାଶ କରିଛନ୍ତି। ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ଧାନ, ପନିପରିବା ଏବଂ ମକା ଚାଷୀ ବିଶେଷ ପ୍ରଭାବିତ ହୋଇଛନ୍ତି।

ସମ୍ବନ୍ଧିତ ଖବର