ବାଲେଶ୍ୱର/ଦଶରଥପୁର: ଆଜି ସକାଳୁ ବାଲେଶ୍ଵରରେ ବର୍ଷା ନଥିବା ସତ୍ତ୍ୱେ ଅନେକ ରାସ୍ତା ଉପରେ ପାଣିର ସୁଅ ଛୁଟିଛି। ବାଲେଶ୍ବର ସଦର ବ୍ଲକ କେଶରପୁର ମୁଖ୍ୟରାସ୍ତାର ବଇଁଚା ଠାରେ ରାସ୍ତା ଉପରେ ୪ଫୁଟର ପାଣି ଚାଲିଥିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇ ହୋଇଛି। ଏହି ରାସ୍ତାରେ ଆଜି ସକାଳେ ଜଣେ ଯୁବକ ବାଇକରେ ଯାଉଥିବା ବେଳେ ସୁଅରେ ଭାସି ଯାଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ବାଇକ ସହ ଉଦ୍ଧାର କରିଛନ୍ତି।
/sambad/media/post_attachments/wp-content/uploads/2023/08/4e861544-7f51-4ea5-9b92-dbc963998423-300x167.jpg)
ଦୁଇଦିନ ଧରି ଅବିଶ୍ରାନ୍ତ ବର୍ଷା ଫଳରେ ସଦର ବ୍ଲକ୍ ଅଞ୍ଚଳର ସିନ୍ଧିଆ, ବଇଞ୍ଚା, ଗୋପୀନାଥପୁର କସିପଦା, ହରିପୁର, ଫୁଲାଡ଼ି ଆଦି ପଞ୍ଚାୟତବାସୀ ବେଶ ପ୍ରଭାବିତ ହୋଇଛନ୍ତି। ସେପଟେ ପ୍ରବଳ ବର୍ଷା ଓ ଉପରମୁଣ୍ଡ କେନାଲ ପାଣିର ପ୍ରଭାବରେ ଖଇରା, ସିମୁଳିଆ ବ୍ଲକର ଅଧିକାଂଶ ଅଞ୍ଚଳରେ ପାଣି ପ୍ରବେଶ କରିଛି। ଉକ୍ତ ଦୁଇ ବ୍ଲକର ବନ୍ୟା ସ୍ଥିତିକୁ ଲକ୍ଷ୍ୟ କରି ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବୈତରଣୀ ନଦୀରେ ବନ୍ୟା ଆସିବା ଫଳରେ ଦଶରଥପୁର ବ୍ଲକରେ ସ୍ଥିତି ବେହାଲ ହୋଇପଡିଛି |
/sambad/media/post_attachments/wp-content/uploads/2023/08/a3d82335-2a39-4946-b69a-aea2ebd9d86f-e1691041907720-300x217.jpg)
ବୈତରଣୀ ନଦୀ ମୁହାଣରେ ଥିବା କଟିକଟା ଓ ଜୟନ୍ତରା ମହାପାତ୍ରସାହିରେ ୪ ଫୁଟର ବନ୍ୟା ଜଳ ପ୍ରବେଶ କରିଛି | ଫଳରେ ପ୍ରାୟ ୩୦୦ ଲୋକ ଘରୁ ବାହାରିପାରୁନାହାନ୍ତି | ଶାଖା ନଦୀ କାଣୀରେ ଅହିୟାସ ପଛପଡା - ନୂଆ ଶାସନ ଠାରେ ନଦୀ ବନ୍ଧ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ବାଲିବସ୍ତା ଦେଇ ବନ୍ଦ କରାଯାଇଛି | ଏହାଛଡା କାଣୀ ନଦୀ କଣ୍ଟପଡାଠାରେ ମୁକୁଳା ଘାଇରେ ବନ୍ୟା ଜଳ ଚାଷ ଜମିକୁ ମାଡ଼ିବା ଫଳରେ ଶହଶହ ହେକ୍ଟର ଜମିରେ ପାଣି ମାଡିଯାଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/b8d55d51-81dc-439a-ad03-e920be17cf33.jpg)