ବୈତରଣୀରେ ଆସିଲା ପ୍ରଥମ ବନ୍ୟା ଜଳ, ବୈତରଣୀର ବିପଦ ସଙ୍କେତ ଉପରେ ବନ୍ୟା ଜଳ ପ୍ରବାହିତ

ଭଦ୍ରକ- ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ

ଭଦ୍ରକ : ଭଦ୍ରକ ଜିଲ୍ଲାରେ କରୋନା କଷଣ ସହ ବାତ୍ୟା ‘ୟସ’ ର ଦୁଃଖ ଭିତରେ ପୁଣି ମାଡ଼ିଆସୁଛି ବୈତରଣୀରେ ବନ୍ୟା। ବାତ୍ୟା ୟସ ର ପ୍ରଭାବାରେ ଭଦ୍ରକ ଜିଲ୍ଲାରେ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବା କାରଣରୁ ଗତକାଲି ରାତିଠାରୁ ବୈତରଣୀର ଜଳସ୍ତର ବୃଦ୍ଧି ପାଇଥିଲା।

ଆଜି ଦିନ ବାରଟା ସୁଦ୍ଧା ବୈତରଣୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହୋଇଛି। ବୈତରଣୀର ବିପଦ ସଙ୍କେତ ଲେବୁଲ ୧୭. ୮୩ ମିଟର ରହିଥିବାର ବେଳେ ଏହି ବିପନ ସଙ୍କେତ ପାର ହୋଇ ଜଳସ୍ତର ୧୭.୯୨ରେ ପହଞ୍ଚିଛି। ସଂଧ୍ୟା ବେଳକୁ ଏହାର ଜଳ ସ୍ତର ଆହୁରି ଅଧିକ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ବୈତରଣୀର ଉପରମୁଣ୍ଡରେ ଆନନ୍ଦପୁର ଓ କେନ୍ଦୁଝରରେ ଅଧିକ ବର୍ଷା ହେଲେ ବୈତରଣୀ ଆହୁରି ଅଧିକ ଫୁଲିବ ବୋଲି ଆଶଙ୍କା କରାଯାଉଥିବା ବେଳେ ନଦସୀ କୂଳିଆ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି। ଜିଲ୍ଲାରେ କ‌ରୋନା କଷଣ ଲୋକଙ୍କୁ ଘାଣ୍ଟି ଦେଇଥିବା ବେଳେ ଗାଁ ଗାଁରେ କ‌ରୋନା ରୋଗରେ ପୀଡିତ ହୋଇ ଲୋକମାନେ ଜ୍ବରରେ କମ୍ପୁଛନ୍ତି। ଏଭଳି ଦୁଃଖ ଭିତରେ ଆସିଲା ବାତ୍ୟା ୟସ୍। ବାତ୍ୟା ୟସର ପ୍ରଭାବରେ ଭଦ୍ରକ ଜିଲ୍ଲା ଏଖ ପ୍ରକାର ଜଳାଣ୍ଣବ ହୋଇଥିବା ବେଳେ ଅକେ ଲୋକଙ୍କର ଘର ଦ୍ବାର ଭାଙ୍ଗିଛି। କିଛି ବାସହରା ଲୋକ ଏବେ ପଲିଥିନ ତଳେ ରହିଥିବା ବେଳେ କିଛି ଲୋକ ବାତ୍ୟା ଆଶ୍ରୟସ୍ଥଳରେ ରହିଛନ୍ତି। ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡିଛି। ବିଦ୍ୟୁତ୍ ତାର ଛିଣ୍ଡି ପଡିଛି। ଲୋକମାନେ ୪ ଦିନ ହେଲା ଅନ୍ଧାର ଭିତରେ ରହିଥିବା ବେଳେ ବିଦ୍ୟୁତ୍ ସଂଯୋଗ ହୋଇ ପାରି ନାହିଁ। ଅଧିକାଂଶ ଗାଁ ରେ ବର୍ଷା ଜଳ ପ୍ରବଶେ କରିଥିବା ବେଳେ ଗାଁ ସବୁ ବୁଡିଛି। ଏପରି ଏପରି ଦୁଃଖ ସମୟରେ ପୁଣି ବୋଝ ଉପରେ ନଳିତା ବିଡା ଭଳି ବୈତରଣୀରେ ମାଡି ଆସିଛି ବନ୍ୟାଜଳ। ବିପଦ ସଙ୍କେତ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଭଦ୍ରକ – ଯାଜପୁର ରାସ୍ତା ମାଳଦା ଠାରେ ବିଚ୍ଛିନ୍ନ ହୋଇଛି। ରାସ୍ତା ଉପରେ ଆଣ୍ଠୁଏ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ରାସ୍ତା ଉପରେ ଗମନା ଗମନ ସମ୍ଭବ ହୋଇ ପାରୁ ନାହିଁ। ସକାଳଠାରୁ ଏଇ ରାସ୍ତା ବୁଡି ଯାଇଥିବା ବେଳେ ଲୋକମାନେ ବାହାରକୁ ବାହାରି ପାରି ନାହାନ୍ତି। ସେହିପରି ଉପର ମୁଣ୍ଡରେ ଅଧିକ ବର୍ଷା ହେଲେ ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଅଧିକ ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛ। ବନ୍ୟା‌ ହେଲେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି ପରି ୪ ଟି ବ୍ଲକର ୨୦ ପଞ୍ଚାୟତର ୮୦ ଖଣ୍ଡ ଗାଁର ଲୋକେ ପ୍ରଭାବିତ ହେବେ। ଏବେ ମଧ୍ୟ ଏଇ ସବୁ ଗାଁ ବର୍ଷା ଜଳରେ ବୁଡି ରହିଛି। ବନ୍ୟା ଅଧିକ ଭୟଙ୍କର ହେ‌ଲେ ଗାଁରେ ଆହୁରି ପାଣି ବଶିବା ସହ ଲୋକଙ୍କର ଘର ଦ୍ବାର ବୁଡାଇ ପକାଇବ। ବୈତରଣୀର ତଳମୁଣ୍ଡ ଭଣ୍ଡାରିପୋଖରୀ, ମାଳଦା, ଧାମନଗର, ଆରଡି ଆସି ଅଞ୍ଚଳର ବ୍ୟାପକ ଅଞ୍ଚଳ ବୁଡିଯିବ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ୪ ଟି ବ୍ଲକର ବିଡିଓ ମାନଙ୍କୁ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଜିଲ୍ଲାପାଳ ଡ. ଜ୍ଞାନ ଦାସ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ରେ ବିଶେଷ ଭାବେ ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି ଓ ତିହିଡି ଅଞ୍ଚଳର ଲୋକମାନେ ପ୍ରଭାବିତ ହେବାକୁ ଥିବା ବେଳେ ଏଇସବୁ ଅଞ୍ଚଳର ତଳିଆ ଅଞ୍ଚଳର ପନି ପରିବା ଚାଷ ବର୍ଷା ପାଣିରେ ବୁଡି ରହିଥିବା ବେଳେ ଏବେ ପୁଣି ବନ୍ୟା ପାଣି ମାଡିରେ ପନି ପରିବା ଚାଷ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବ। କରୋନା, ବାତ୍ୟା ପରେ ପରେ ବନ୍ୟା ଭୟ ଲୋକଙ୍କୁ ଆତଙ୍କିତ କରି ଦେଇଛି। ସେହିପରି ଭଦ୍ରକ ସହର ଦେଇ ଯାଇଥିବା ସାଳନ୍ଦୀ ନଦୀର ଜଳସ୍ତର ମଧ୍ୟ କିଛି ମାତ୍ରାରେ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର