ଏସ୍କେଫ୍ ଆଣୁଛି ବୈତରଣୀରେ ବନ୍ୟା

ସୁଦୃଢ଼ୀକରଣ ନଦୀବନ୍ଧ ନିର୍ମାଣ ନେଇ ସରକାର ଓ ଲୋକ ପ୍ରତିନିଧିଙ୍କର ଆନ୍ତରିକତା ନାହିଁ

ଭଦ୍ରକ: ଭଦ୍ରକ ଜିଲ୍ଲାର ବୈତରଣୀ ନଦୀର ବାମ ପାର୍ଶ୍ଵ ବନ୍ଧର ଭଦ୍ରକ ଆଡ଼କୁ ଥିବା ଦୁର୍ବଳ ଏସ୍କେଫ୍ ପାଇଁ ପ୍ରତିବର୍ଷ ନଦୀରେ ବନ୍ୟା ଆସୁଛି। ନିମ୍ନମାନର ଏସ୍କେଫ୍ ପାଇଁ ବନ୍ୟା ଆସୁଥିବା ବେଳେ ଏହି ଏସ୍କେଫ୍ ବନ୍ଦ ପାଇଁ କିମ୍ବା ଏହାକୁ ଉଚ୍ଚ କରିବା ପାଇଁ ରାଜ୍ୟ ସରକାର କିମ୍ବା ଆମ ଲୋକ ପ୍ରତିନିଧି ନକର ଆନ୍ତରିକତା ଅଭାବ ରହିଛି। ନଦୀ ବନ୍ଧ ଅନେକ ଥର ଦୃବଳ ହୋଇଥିଲେ ମଧ୍ୟ ଏହି ଦୁର୍ବଳ ବନ୍ଧକୁ କପିତଲ୍ ଆମ୍ବକ ମେଣ୍ଟ କରିବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ଏହି ଦାବିକୁ ମଧ୍ୟ ସରକାର କର୍ଣ୍ଣପାତ କରୁ ନାହାନ୍ତି। ଯାଜପୁର ସୀମାରେ ବନ୍ୟା ଜଳ କାମ ପ୍ରଭାବ ପକାଇଥିବା ବେଳେ ଭଦ୍ରକ ସୀମାର ଧାମନଗର, ଭଣ୍ଡାରୀପୋଖରୀ, ତିହିଡି ଓ ଚାନ୍ଦବାଲି ବ୍ଲକ ଉପରେ ପ୍ରଭାବ ପକାଇଛି। ଏହି ଅଞ୍ଚଳରେ ଲୋକଙ୍କର ଧନ ଜୀବନ ନଷ୍ଟ ହେଉଥିବା ବେଳେ ବ୍ୟାପକ ଚାଷ ଜମି ଜଳ ମଗ୍ନ ହେଉଛି। ଚାଷ ଜମି ଉଜୁଡ଼ି ଯାଉଥିବା ବେଳେ ଚାଷୀ ସର୍ବହରା ହେଉଛି। ପ୍ରତିବର୍ଷ ବନ୍ୟା ଏହି ବ୍ଲକରୁ ପ୍ରାୟ ୫୦ ହଜାର ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ସେମାନଙ୍କ ଜମି ସବୁ ବନ୍ୟାରେ ଧୋଇଯାଉଛି। ଚଳିତବର୍ଷ ଦ୍ବିତୀୟଥର ପାଇଁ ବୈତରଣୀ ନଦୀରେ ବନ୍ୟା ଜଳ ଆସି ଭଦ୍ରକ ଜିଲ୍ଲାର ତଳିଆ ଅଞ୍ଚଳକୁ ବୁଡାଇ ଦେଇଛି। ଅନେକ ଗାଁରେ ପଶିଛି ବନ୍ୟା ଜଳ। ନଦୀବନ୍ଧର ଏସ୍କେଫ୍ ଦେଇ ବନ୍ୟା ଜଳ ଗାଁ ମୁହାଁ ହୋ ଉଥିବାରୁ ଭଦ୍ରକ ଜିଲ୍ଲାର ଆଖୁଆପଦା ଠାରେ ବୈତରଣୀର ଜଳସ୍ତର ବିପଦ ସଙ୍କେତ ୧୭.୮୩ ଥିବା ବେଳେ ଏଠାରେ ନଦୀର ଜଳସ୍ତର ବିପଦ ସଙ୍କେତର ୧୮.୯୫ ଉପର ଦେଇ ପ୍ରବାହିତ ହେଉଥିବାରୁ ତାଲ ଅଞ୍ଚଳ ବୁଡ଼ି ଯାଉଛି। ଉଛୁଳା ନଦୀର ଭୟଙ୍କର ଦୃଶ୍ୟ ନଦୀକୂଳିଆ ଲୋକଙ୍କ ଭୟଭୀତ କରି ଦେଉଛି। ଦ୍ବିତୀୟ ବନ୍ୟା ପାଇ ଭଣ୍ଡାରିପୋଖରୀ ବ୍ଲକର ୭ ଟି ପଞ୍ଚାୟତରୁ ୧୦ ହଜାର ଏକର ଜମିର ଧାନ ଚାଷ ନଷ୍ଟ କରି ଦେଇଛି। ଏହି ବ୍ଲକର କଣ୍ଟି ଏସ୍କେଫ୍‌ରେ ବନ୍ୟା ଜଳ ପ୍ରବାହିତ ହୋଇ ଭଣ୍ଡାରି ପୋଖରୀ ବ୍ଲକକୁ ବୁଡାଇ ଦେଉଛି।

ରାସ୍ତା ଉପରେ ବନ୍ୟା ପାଣିର ସୂଅ ଛୁଟୁଛି। ଗାଁ ଲୋକମାନେ ଆତଙ୍କିତ ହୋଇ ପଡିଛନ୍ତି। ସେମାନଙ୍କର ଘରେ ପାଣି ପଶି ଯାଇଛି। କଚା କାନ୍ଥ ଘର ସବୁ ଭାଙ୍ଗି ଯାଇଛି। ସେହିପରି ଧାମନଗର ବ୍ଲକର ମଲ୍ଲିମାହାରା ଏସ୍କେଫ୍, ଗୌରାଙ୍ଗପୁର ଏସ୍କେଫ୍ ନୀଚ ହୋଇଥିବାରୁ ଏହା ଉପରେ ବନ୍ୟା ଜଳ ପ୍ରବାହିତ ହୋଇ ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକକୁ ବୁଡାଇ ଦେଉଛି। ବନ୍ୟା ଜଳ ଧାମନଗର ବ୍ଲକର ପ୍ରାୟ ୨୦ ଟି ପଞ୍ଚାୟତର ଚାଷ ଜମିରେ ପ୍ରବଶେ କରିବା ସହ ଅନେକ ଗାଁ ରାସ୍ତାକୁ ବୁଡ଼ାଇ ରହିଛି। ଫଳରେ ଗାଁ ଲୋକମାନେ ଯାତାୟତରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ଚାନ୍ଦବାଲି ବ୍ଲକର ଆରଡି, ନାନ୍ଦପୁର, ସୁନ୍ଦରପୁର ଆଦି ପଞ୍ଚାୟତର ଚାଷ ଜମିରେ ବନ୍ୟା ଜଳ ପ୍ରବେଶ କରିବା ଦ୍ବାରା ଚାଷୀ ଚିନ୍ତାରେ ପୟଡି ଯାଇଛି। ସେହିପରି ତିହିଡି ବ୍ଲକରେ ମଧ୍ୟ ଚାଷ ଜମି କ୍ଷତି ପହଞ୍ଚିଛି। ଏହି ନଦୀରେ ଅଧିକ ବନ୍ୟା ଜଳ ଆସିଲେ ଗାଁ ଗୁଡିକ ବୁଡି ଯାଉଛି। ଜିଲ୍ଲାରେ ସୃଷ୍ଟି ହୋଇଥିବା ଦ୍ବିତୀୟ ବନ୍ୟାରେ ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ ପନିପରିବା ଚାଷ ସଂପୂର୍ଣ୍ଣ ଭାବେ ଉଜୁଡି ଯାଇଛି। ଗୋରୁ ଗାଈମାନଙ୍କ ଗୁହାଳ ଘର ବନ୍ୟାରେ ଭାଙ୍ଗି ଯାଇଥିବାରୁ ସେମାନେ ବହୁ କଷ୍ଟରେ ରହୁଛନ୍ତି। ସେମାନଙ୍କୁ ଗୋ ଖାଦ୍ୟ ମଧ୍ୟ ଭଲ ଭାବେ ବଣ୍ଟନ କରାଯାଉ ନାହିଁ। ସେହିପରି ଯେଉଁ ଚାଷୀଙ୍କର ଚାଷ ଜମି କ୍ଷତି ହେଉଛି। ସେମାନଙ୍କୁ କ୍ଷତିପୂରଣ ଦିଆ ଯାଉନି। ଏଡି ବନ୍ଧକୁ କପିତାଳ ଅମ୍ବକ ମେଣ୍ଟ କରାଯାଉ ଓ ଏସ୍କେଫ୍ କରାଯାଉ ବୋଲି ଲୋକ ମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର