ବୌଦ୍ଧ : ମହାନଦୀରେ ବଢ଼ୁଛି ପାଣି, ଜଗନ୍ନାଥ ସଡକ ଉପରେ ୪ଫୁଟ୍‌ ଉଚ୍ଚର ବନ୍ୟା ଜଳ, ଯୋଗାଯୋଗ ବିଛିନ୍ନ

ବୌଦ୍ଧ : ହୀରାକୁଦ୍‌ର ୨୫ଟି ଗେଟ୍‌ ଦେଇ ମହାନଦୀରେ ବନ୍ୟାଜଳ ନିଷ୍କାସିତ ହେବା ପରେ ବୌଦ୍ଧ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ହରଭଙ୍ଗା, କଣ୍ଟାାମାଳ ଆଦି ବୌଦ୍ଧ ଜିଲ୍ଲାର ି ବ୍ଲକ୍‌ରେ ବନ୍ୟା ସୃଷ୍ଟି ହୋଇଥିବା ବେଳେ ହାରଭଙ୍ଗା-ଧଳପୁର ମଧ୍ୟର ଜଗନ୍ନାଥ ସଡକ ଉପରେ ୪ଫୁଟ୍‌ ଉଚ୍ଚର ବନ୍ୟା ଜଳ ପ୍ରବାହିତ ଯୋଗୁଁ ବୌଦ୍ଧ-ହରଭଙ୍ଗା ମଧ୍ୟରେ ଯୋଗାଯୋଗ ବିିଛିନ୍ନ ହୋଇଛି। ଗତକାଳି ଠାରୁ ମୋରାଡ଼ା ଗ୍ରାମର ୨୫ ପରିବାର ଜଳବନ୍ଦୀ ହୋଇ ରହିଥିବା ବେଳେ ସେମାନଙ୍କ ନିକଟରେ ରିଲିଫ ସାମଗ୍ରୀ ପହଞ୍ଚି ପାରି ନାହିଁ। । କଣ୍ଟାାମାଳ-ଘଣ୍ଟାପଡା ଅଡାଗଡି ପୋଲ ଉପରେ ୩ଫୁଟ ଉଚ୍ଚର ପାଣି ଚାଲିବା ଫଳରେ ର କଣ୍ଟାାମାଳ-ଘଣ୍ଟାପଡା ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି । ବୈଦ୍ଧ ଜିଲ୍ଲାର ୪୦ରୁ ଅଧିକ ଗାଁର ଲୋକେ ଜଳବନ୍ଦୀ ହୋଇଛନ୍ତ।
ସୂଚନାଯୋଗ୍ୟ ଯେ ଛତିଶଗଡ଼ ସରକାର ହଠାତ ତାର ସମସ୍ତ ଡ୍ରମ୍‌ର ଗେଟ୍‌ ଖୋଳଇ ଦେବାରୁ ହୀରାକୁଦ ନଦୀବନ୍ଧର ଜଳସ୍ତର ବଢ଼ିବାରେ ଲାଗିଛି। ତେଣୁ ହୀରାକୁଦ ଜଳଭଣ୍ଡାରରୁ ୨୫ଟି ଗେଟ୍‌ ଦେଇ ଗତକାଲିି ଠାର ୪ ଳକ୍ଷ କ୍ୟୁସେକ୍‌ରୁ ଅଧିକ ବନ୍ୟାଜଳ ନିଷ୍କାସିତ ହେଉଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତି ନେଇ ଜିଲ୍ଲାପାଳ ସୀତାଂଶୁ ରାଉତ ଓ ଅନ୍ୟ ପଦସ୍ଥ ଅଧିକାରୀମାନେ ସତର୍କ ଥିବା ଓ ପରିସ୍ଥିତିର ସମୀକ୍ଷା କରାଯାଉଥିବା ଉପଜିଲ୍ଲାପାଳ ନିରଞ୍ଜନ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର