ଲଗାଣ ବର୍ଷାରେ ଉଛୁଳିବାରେ ଲାଗିଛି ଗଞ୍ଜାମ ଜିଲ୍ଲାର ପ୍ରମୁଖ ନଦୀ ; ଭଞ୍ଜନଗର, ବାଲିପଦର୍ ଯୋଗାଯୋଗ ବିଚ୍ଛିନ୍ନ

ଭଞ୍ଜନଗର:ଗତ ଦୁଇଦିନ ଧରି ଜିଲ୍ଲାରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଲାଗି ରହିଛି। ଯାହା ଫଳରେ ପୋଖରୀ ନାଳରେ ପାଣି ଭର୍ତ୍ତି ହେବା ସହ ନଦୀ ଗୁଡିକରେ ବର୍ଷା ଜଳ କୂଳ ଲଂଘିବାରେ ଲାଗିଛି। ନିଅଣ୍ଟିଆ ବର୍ଷା ପାଇଁ ସବୁ ଶୁଖିଲା ପଡ଼ିଥିବା ବେଳେ ବର୍ତମାନ ବର୍ଷା ଫଳରେ ଜଳପୂର୍ଣ୍ଣ ହେବାରେ ଲାଗିଛି। ବର୍ତମାନ ସୁଦ୍ଧା ସ୍ଥିତି ନିୟନ୍ତ୍ରଣରେ ଥିବା ବେଳେ ବର୍ଷା ଜାରି ରହିଥିବାରୁ ଆଗାମୀ ସମୟରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଲୋହାରାଖଣ୍ଡି,ବଡ଼ ନଦୀ,ପଦ୍ମା ନଦୀ ଓ ବୋଡା ନଦୀରେ ଦୁଇ କୂଳ ଉଛୁଳି ପାଣି ଯାଉଥିବା ଦେଖିବାକୁ ମିଳିଛି । ବେଲଗୁଣ୍ଠା ବ୍ଲକ୍ ଚଢ଼େୟା ପଲ୍ଲୀ ନିକଟରେ ବୋଡା ନଦୀ ସେତୁ ନିର୍ମାଣାଧୀନ ଥିବା ବେଳେ ଏଥି ପାଇ ନିର୍ମିତ ଡାଇଭର୍ସନ୍ ରୋଡ଼ ଉପରେ ୫ ଫୁଟ ଉଚ୍ଚରେ ବର୍ଷାଜଳ ପ୍ରଭାବିତ ହୋଇଛି। ଯାହା ଫଳରେ ବେଲଗୁଣ୍ଠା ବାଲିପଦର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।ଏହି ରାସ୍ତା ଉପରେ ପ୍ରାୟ ୪୦ ରୁ ଉର୍ଦ୍ଧ ଗ୍ରାମବାସୀ ନିର୍ଭର କରୁଥିବା ବେଳେ ଗମନା ଗମନ ସମୂର୍ଣ୍ଣ ଠପ୍ ହୋଇଯାଇଛି । ଅନ୍ୟପଟେ ଜଳ ଭଣ୍ଡାର ଗୁଡ଼ିକ ମଧ୍ୟ ଜଳ ସ୍ତର ବଢ଼ିବାରେ ଲାଗିଛି। ଅନବରତ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି। ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଛି । ଯେ କୌଣସିପ୍ରକାରର  ପରିସ୍ଥିତି ପାଇଁ ପ୍ରଶାସନ ସଜାଗ ରହିଥିବା ବେଳେ ବନ୍ୟା ଆଶଙ୍କା ରହିଥିବା ଅଞ୍ଚଳ ଗୁଡିକରେ ତୀକ୍ଷ୍ଣ ନଜର ରଖା ଯାଇଥିବା ଭଞ୍ଜନଗର ଉପଜିଲ୍ଲାପାଳ କହିଛନ୍ତି । ଆବଶ୍ୟକ ପଡିଲେ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବା ନେଇ ସେ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର