ବୀରମହାରାଜପୁର: ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରୁ ଗତକାଲି ରାତି ସୁଦ୍ଧା ୨୮ଟି ଗେଟ ଦେଇ ଜଳ ନିସ୍କାସନ କରାଯାଉଛି। ଫଳରେ ମହାନଦୀରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ମହାନଦୀର ତଳ ମୁଣ୍ଡରେ ଥିବା ସୁବର୍ଣ୍ଣପୁର ଜିଲ୍ଲାର ସମ୍ଭାବିତ ବନ୍ୟା ପ୍ରଭାବିତ ଅଂଚଳରେ ଥିବା ଲୋକ ଏବେ ଆତଙ୍କିତ ଅବସ୍ଥାରେ । ଅନେକ ଚାଷ ଜମି ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି ।
ସେହିପରି ମୁଣ୍ଡୋଘାଟ ବ୍ରିଜ ଉପରେ ୩ ଫୁଟର ପାଣି ରହି ଥିବାରୁ ସୁବର୍ଣ୍ଣପୁର-ରେଢାଖୋଲ ରାସ୍ତାରେ ଯାତାୟାତ ବାଧା ପ୍ରାପ୍ତ ହୋଇଛି । ଏହା ସହିତ ବୀରମହାରାଜପୁର ବ୍ଲକ ଖମ୍ବେଶ୍ୱରୀ ପାଲି, ବୁରୋଘାଟ, ନୁଆପାଲି, ଦେଉଳି, କେଲଗା ଆଦି ନଈକୂଳିଆ ଅଞ୍ଚଳରେ ଚାଷ ଜମିରେ ପାଣି ମାଡି ଯାଇଛି । ତେବେ ଉପର ମୁଣ୍ଡରେ ବର୍ଷା ଜାରି ରହିଲେ ବନ୍ୟା ପରିସ୍ଥିତି ଗମ୍ଭୀର ହେବ ବୋଲି ଆଶଙ୍କା କରାଯାଉଛି।
/sambad/media/post_attachments/wp-content/uploads/2021/09/bmpur.jpg)
ଅନ୍ୟପଟରେ ମହାନଦୀରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଅଧିକ ବନ୍ୟାଜଳ ପ୍ରବାହିତ ହୋଇଥିବାରୁ ଆଖପାଖ ଗାଁର ଲୋକମାନେ ପାଣି ଦେଖିବାକୁ ପହଂଚିଛନ୍ତି। ଯୁବପିଢ଼ି ମହାନଦୀର ଗୋଲିଆ ପାଣି ଦେଖି ଉତ୍ସାହିତ ହୋଇଛନ୍ତି। ଯୁବକମାନେ ମହାନଦୀ କୂଳରେ ମୋବାଇଲରେ ସେଲ୍ଫି ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/de614efb-c75f-4480-b011-8506622c8f85.jpg)