ସାଂସ୍କୃତିକ ସମନ୍ୱୟ ସାମୁଖ୍ୟ ପକ୍ଷରୁ ଲୋକ କଳା ଦିବସ ପାଳିତ

ବାରିପଦା: ସୋମବାର ଲୋକ କଳାଦିବସ ।୨୦୧୯ ମସିହା ଠାରୁ ଓଡିଶାରେ ଥିବା ବିଭିନ୍ନ ପ୍ରକାର ଲୋକ କଳାର ପ୍ରଚାର ପ୍ରସାର ସହ ସୁରକ୍ଷା ପାଇଁ ଏହି ଦିନଟିକୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକକଳା ଦିବସ ଭାବରେ ଘୋଷଣା କରିଛନ୍ତି । ସେହିଦିନ ଠାରୁ ଜୁନ ୧୪ ତାରିଖ ଦିନଟିକୁ ଲୋକକଳା ଦିବସ ଭାବରେ ଓଡିଶାରେ ପାଳନ କରାଯାଇ ଆସୁଛି ।
ଆଜି ବିଜେଡି ସାଂସ୍କୃତିକ ସମନ୍ୱୟ ସାମୁଖ୍ୟ ପକ୍ଷରୁ ରାଜ୍ୟ ସ୍ତରରେ ଏହି ଲୋକକଳା ଦିବସକୁ ଭର୍ଚ୍ଚୁଆଲ ମୋଡରେ ପାଳନ କରାଯାଇଥିବା ବେଳେ, ସବୁ ଜିଲ୍ଲାର ବିଭିନ୍ନ ପ୍ରକାରର ଲୋକକଳା ପରିବେଷଣ କରୁଥିବା କଳାକାର ମାନେ ନିଜନିଜର ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଅବସରରେ ଯୋଡି ହୋଇ ନିଜନିଜର କଳାକୌଶଳ ପ୍ରଦର୍ଶନ କରିଥିଲେ ।
ତେବେ ଚଳିତ ଥର କରୋନା ସଚେତନତାର ର୍ବାାକୁ ନେଇ କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ, ମୟୂରଭଞ୍ଜ ଜିଲ୍ଲା ସଂଯୋଜକ ଦୀପକ କୁମାର ନାୟକଙ୍କ ନେତୃତ୍ୱରେ ବାରିପଦା ବ୍ଲକ ହାତିକୋଟ ଗ୍ରାମପଂଚାୟତର ଜାମଦାପାଳ ଗ୍ରାମରେ ଜିଲ୍ଲା ସ୍ତରୀୟ ଲୋକ କଳା ଦିବସ ପାଳନ କରାଯାଇଥିବାର ଜଣା ଯାଇଛି । ଏହି ଅବସରରେ ସାନ୍ତାଳି ନୃତ୍ୟ ଗୀତ ମାଧ୍ୟମରେ କରୋନା ସଚେତନତା ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ମୟୂରଭଞ୍ଜ ଜିଲ୍ଲାର ଲୋକପ୍ରିୟ ସାନ୍ତାଳି ନୃତ୍ୟ ମାଧ୍ୟମରେ କରୋନା ସଚେତନତାର ର୍ବାାକୁ ଭର୍ଚ୍ଚୁଆଲ ମିଟରେ ଉପସ୍ଥିତ ଥିବା ସମସ୍ତ ମାନ୍ୟଗଣ୍ୟ ଅତିଥି ବେଶ ପ୍ରଶଂସା କରିଥିବା ବେଳେ, କାର୍ଯ୍ୟକ୍ରମ ପରିଚାଳନାରେ ସାଂସ୍କୃତିକ ସମନ୍ୱୟ ସାମୁଖ୍ୟର ସଦଶ୍ୟ ରମାକାନ୍ତ ରାଉତ, ଦିଲ୍ଲିପ କୁମାର ପାତ୍ର, ଜୟ ବୋଷ, ଗଣେଶ ଚନ୍ଦ୍ର ମହାନ୍ତ, ସାମଲ କୁମାର ମାଝି ପ୍ରମୁଖ ପରିଚାଳନା କରିଥିଲେ । ରାଜ୍ୟ ସ୍ତରରେ ବିଜେଡି ସାଂସ୍କୃତିକ ସମନ୍ୱୟ ସାମୁଖ୍ୟର ଆବାହକ ରବି ନାରାୟଣ ନନ୍ଦଙ୍କ ତତ୍ୱାବଧାନ କ୍ରମେ ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ସମ୍ବନ୍ଧିତ ଖବର