ସିନାପାଲି: ନୂଆପଡ଼ା ସିନାପାଲି ବ୍ଲକ ପରିସରରେ ପ୍ରଶାସନ ପକ୍ଷରୁ ବ୍ଲକସ୍ତରୀୟ ଲୋକକଳା ଦିବସ ପାଳିତ ହୋଇଛି। ଏହି ଅବସରରେ ବିଭିନ୍ନ ଗ୍ରାମର ସାଂସ୍କୃତିକ ଅନୁଷ୍ଠାନ ଯୋଗଦେଇ କଳା ପ୍ରଦର୍ଶନ କରିଥିଲେ।
ଏଥିରେ ମୁଖ୍ୟଅତିଥି ଭାବେ ବିଡିଓ ସର୍ବେଶ୍ୱର ଜାଲ ଏବଂ ସମ୍ମାନିତ ଅତିଥି ଭାବେ ସଦର ସମିତିସଭ୍ୟ ମନିଷ ପଟେଲ, ଜିପିଇଓ ପ୍ରେମଲାଲ ନାଏକ, ଜିଲ୍ଲା କଳା ଓ ସାଂସ୍କୃତିକ ସଂଗଠନ ସଦସ୍ୟ ଅଶୋକ ନାଏକ, ବ୍ଲକ କଳା ଓ ସଂସ୍କୃତି ସଂଗଠନର ଉପସଭାପତି ନବୀନ ନାଗ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ରୂପେଶ ଚନ୍ଦ୍ର ମେହେର ସହଯୋଗ କରିଥିବା ବେଳେ ନବୀନ ନାଗ ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/10-11.jpg)