ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବିଜେପି ପକ୍ଷରୁ ଖାଦ୍ୟ ବଣ୍ଟନ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ମହାପୁରୁଷଙ୍କ ସ୍ମୃତିଚାରଣ ସଭା, ମାଲ୍ୟାର୍ପଣ ସହ ଜରାଶ୍ରମ ଓ ସେବାଶ୍ରମରେ ଖାଦ୍ୟ ବଣ୍ଟନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଚରଣ ଖଣ୍ଡାୟତରାୟ, ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀରଂଜନ ମଙ୍ଗରାଜ, ସମିତି ସଭ୍ୟ ସଂଜୀବ କୁମାର ପାହାଡ଼ସିଂହ, ସେବାଶ୍ରମ ତତ୍ୱାବଧାରକ ବାମଦେବ ବାରିକ, ସମାଜସେବୀ ପବିତ୍ର ଜେନା, ପାଣ୍ଡବ ପ୍ରଧାନ ଓ ଅନିତା ନରେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର