ମାଥିଲି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ପଞ୍ଚାୟତ ତରଫରୁ ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ଗରିବ ଅସହାୟ ଲୋକଙ୍କୁ ପିଇଓ ଅଶୋକ କୁମାର ମହାରଣାଙ୍କ ନେତୃତ୍ବରେ ସରପଞ୍ଚ ଗୌରୀ ବେଟେଙ୍କ ସହଯୋଗରେ ରନ୍ଧା ଖାଦ୍ୟ ଏବଂ ସୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି।ବର୍ତ୍ତମାନ କରୋନା ମହାମାରୀ ମାଥିଲି ବ୍ଲକରେ ହୁ ହୁ ହୋଇ ବଢି ଚାଲିଛି।ଜିଲ୍ଲାର ଦ୍ବିତୀୟ ସର୍ବାଧିକ ସଂକ୍ରମଣ ମାଥିଲି ବ୍ଲକରେ ହିଁ ରହିଛି।
ଏଠାରେ ଦ୍ବିତୀୟ ଲହରିରେ ୧୬୯ ଜଣ ସଂକ୍ରମିତ ହୋଇସାରିଲେଣି।ଜିଲ୍ଲାର କୌଣସି ବି ପଞ୍ଚାୟତରେ ଗରିବ ଲୋକଙ୍କୁ ଖୋଜି ଖାଦ୍ୟ ପ୍ରଦାନ କରାଯାଉନଥିବା ବେଳେ ପ୍ରଥମ କରି ମାଥିଲି ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ନିଜ ଉଦ୍ୟମରେ ପିଇଓ ଶ୍ରୀ ମହାରଣା ଏହି ସହଯୋଗ କାମ ହାତକୁ ନେଇଛନ୍ତି।କରୋନା ମହାମାରୀ ଯୋଗୁଁ ଲକ୍ ଡାଉନ ଏବଂ ସଟ୍ ଡାଉନ ଚାଲିଥିବା ବେଳେ ଗରିବ ,ନିଷ୍ପସିତ ଏବଂ ଅସହାୟ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି।ତେଣୁ ଗିରବ ଲୋକେ ଯେପରି ଦୁଇ ବେଳା ମୁଠାଏ ଖାଦ୍ୟ ପାଇପାରିବେ ସେହି ଚିନ୍ତା କରି ପିଇଓ ଶ୍ରୀ ମହାରଣା ଗ୍ରାମ ଗ୍ରାମ ବୁଲି ଲୋକଙ୍କୁ ଖୋଜି ଖାଦ୍ୟ ପ୍ରଦାନ କରୁଛନ୍ତି।
ବୁଲିବା ସମୟରେ ଗୋଟିଏ ପରିବାରର ୩ ଜଣଙ୍କୁ କରୋନା ସଂକ୍ରମଣ ହୋଇଥିବା ଜାଣିବା ପରେ ସେହି ପରିବାରକୁ ରାସନ ପ୍ରଦାନ କରିଥିଲେ।ସେମାନେ ଘରୁ ପଦାକୁ ବାହାରି ପାରୁନଥିବା ବହୁ ହଇରାଣ ହେଉଥିବା ଜଣାପଡିଛି।ତେଣୁ ପଞ୍ଚାୟତ ତରଫରୁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/Mathili-news-1.jpg)