ରାୟଗଡା: ରାୟଗଡ଼ାରେ ଜିଲ୍ଲସ୍ତରୀୟ ଓଡ଼ିଶା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ତେବେ ସେଥିମଧ୍ୟରୁ ଓଡ଼ିଆ ଥାଳିରେ ଖାଦ୍ୟ ପ୍ରତିଯୋଗିତା ସମସ୍ତଙ୍କୁ ଆକର୍ଷିତ କରିଥିଲା। ଏହି କାର୍ଯ୍ୟକ୍ରମକୁ ସମାଜ କଲ୍ୟାଣ ଅଧିକାରୀ ଏବଂ ସଂସ୍କୃତି କ୍ଲବ ପକ୍ଷରୁ ଆୟୋଜନ କରାଯାଇଥିଲ। ଓଡ଼ିଆ ଥାଳିରେ ଓଡ଼ିଆ ଖାଦ୍ୟ ପ୍ରତିଯୋଗିତାରେ ସହରର ବହୁ ମହିଳା ଭାଗ ନେଇଥିଲେ ମଧ୍ୟ ପ୍ରଥମ ସ୍ଥାନରେ ଶୋଭାରାଣୀ ଏବଂ ସୁଜାତା ମାଦଳା ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଦ୍ବିତୀୟରେ ମାଳତୀ ଚୌଧୁରୀ ଏବଂ ପୁଷ୍ପାନାଥ ଏବଂ ତୃତୀୟ ସ୍ଥାନରେ ସସ୍ମିତା ପାଢୀ ଏବଂ ଜ୍ୟୋତ୍ସ୍ନା ପାଢୀ ପୁରସ୍କୃତ ହୋଇଥିଲେ।
ସେହିପରି କୌତୁକ ବେଶ ପ୍ରତିଯୋଗିତାରେ ଦେବକୀ ଗୋହିର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ବିତୀୟରେ ଓମ ପ୍ରକାଶ ନାୟକ ଏବଂ ତୃତୀୟରେ ମହେଶ ସେମିଲ ରହିଥିଲେ। ନୃତ୍ୟ ପ୍ରତିଯୋଗିତା ବରିଷ୍ଠ ବିଭାଗରେ ଇତିଶ୍ରୀ ପ୍ରଧାନ,ଦ୍ବିତୀୟରେ ଅଭିଜିତ ନାଥ ଏବଂ ତୃତୀୟରେ ହୋନାକ ଖାଡଙ୍ଗା।କନିଷ୍ଠ ନୃତ୍ୟ ପ୍ରତିଯୋଗିତାରେ ଶ୍ରୀୟା ମହାରଣା, ଦ୍ବିତୀୟରେ ସମୃଦ୍ଧି ଚୋଲାସିଂ ଏବଂ ତୃତୀୟରେ କେ ପ୍ରିୟଙ୍କା ରହିଥିଲେ।ସେହିପରି ମ୍ୟୁଜିକ ଚେୟାର ପ୍ରତିଯୋଗିତାରେ ସାଜାତା ମାଦଳା ପ୍ରଥମ ସ୍ଥାନରେ ରହିଥିବା ବେଳେ ସଂଯୁକ୍ତା ନାୟକ ଦ୍ବିତୀୟ ଏବଂ ମାଳତୀ ଚୌଧୁରୀ ତୃତୀୟ। ମେହେନ୍ଦି ପ୍ରତିଯୋଗିତାରେ ଜେ ତୁଳଶୀ ପ୍ରଥମ, ହେମଲତା ତୁଳା ଦ୍ତିତୀୟ ଏବଂ ରିୟା ଠାକ ତୃତୀୟ।ଚିତା ପ୍ରତିଯୋଗିତାରେ ଦିପ୍ତି ମହାନ୍ତି ପ୍ରଥମ, ଇତିଶ୍ରୀ ପ୍ରଧାନ ଦ୍ବିତୀୟ ଏବଂ ବର୍ଷିତ ତୃତୀୟ ସ୍ଥାନ ଅଧିକାର କରିଥିଲେ।ସମସ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।