ଜୟପୁର: କୋରାପୁଟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ , ଜୟପୁର ଠାରେ ପାରମ୍ପାରିକ ଖାଦ୍ୟ ମେଳା ଆୟୋଜିତ ହୋଇଥିଲା। ଏହି ଅବସରରେ ଆୟୋଜିତ ସଭାକୁ ଅନୁଷ୍ଠାନର ଅଧ୍ୟକ୍ଷ ରୂପଚନ୍ଦ୍ର ସୋରେନ୍ ସଭାପତିତ୍ୱ କରିଥିଲେ। ଆୟୋଜକ ଶିକ୍ଷକ ପ୍ରଶିକ୍ଷକ ବ୍ରହ୍ମ ଦେବ ଟୁଡୁ ଓ ବରିଷ୍ଠ ପ୍ରଶିକ୍ଷକାଉମାକାନ୍ତି ବାଇପାଇ ଏହି କାର୍ଯକ୍ରମକୁ ସଂଯୋଜନା ଓପରିଚାଳନା କରିଥିଲେ। ପାରମ୍ପରିକ ଖାଦ୍ୟର ମହତ୍ତ୍ବ ଓ ଅଣପାରମ୍ପାରିକ ଖାଦ୍ୟର କୁପ୍ରଭାବକୁ ଆଲୋଚନା କରିବା ପାଇଁ ୩୦ ଜଣ ଗୁରୁ ଛାତ୍ର ଛାତ୍ରୀ ନିଜ ନିଜର ଆଞ୍ଚଳିକ ପୁଷ୍ଟିକର ଖାଦ୍ୟକୁ ଏହି ମେଳା ରେ ପ୍ରଦର୍ଶିତ କରିଥିଲେ। ଏହା ଦ୍ଵାରା ଗୁରୁ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଖାଦ୍ୟ ଚୟନରେ ସଚେତନତା ସହ ସୁସ୍ଥ ରହିବାର ବାର୍ତ୍ତା ଓ ଖାଦ୍ୟ ପ୍ରସ୍ତୁତି କୌଶଳ ର ବିକାଶ ହେବ ବୋଲି ଆୟୋଜକ ମତ ରଖିଥିଲେ।

Advertisment

ଅନୁଷ୍ଠାନର ଶିକ୍ଷକ ପ୍ରଶିକ୍ଷକା କୁସୁମ ପାଣ୍ଡେ , ଶୁଭସ୍ମିତା ଦାସଓ ପ୍ରଶିକ୍ଷକ ଡମ୍ବରୁଧର ପାଣିଗ୍ରାହୀ କାର୍ଯକ୍ରମ ର ମୂଲ୍ୟାୟନ କରିଥିଲେ। ଏଥିରେ ଚାନ୍ଦିନୀ ଶତପଥୀ ପ୍ରଥମ ସ୍ଥାନ ହାସଲ କରିଥିଲେ। ସେଭଳି ଅରୂପ ଓ ସହଯୋଗୀ ଦ୍ଵିତୀୟ ଓ ଅଦିତି ଓ ସୋନାଲିକା ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବରିଷ୍ଠ ପ୍ରଶିକ୍ଷକା ଗାୟତ୍ରୀ ବୈଠାରୁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ଗୁରୁ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତାରେ କୌଶଳ ବିକାଶ ଉପରେ ଅଧିକ ଗୁରୁତ୍ଵ ଦିଆଯିବ ବୋଲି ମତ ରଖିଥିଲେ।