ଭୋଜିର ବାସି ଖାଦ୍ୟ ଖାଇ ୩୨ ଅସୁସ୍ଥ, ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି

କୋରାପୁଟ: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍‌ ତୁମ୍ବାଗୁଡା ଗ୍ରାମର କୁମ୍ଭାରସାହିରେ ଭୋଜି ଖାଇ ୩୨ଜଣ ଅସୁସ୍ଥ ହୋଇଥିବା ସୋମବାର ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତକାଲି ତୁମ୍ବାଗୁଡା ଗ୍ରାମର କୁମ୍ଭାରସାହିରେ ଭୋଜି ଥିଲା। ଭୋଜିରୁ କିଛି ଖାଦ୍ୟ ବଞ୍ଚି ଯାଇଥିଲା। ସେହି ଭୋଜିକୁ କୁମ୍ଭାରସାହିର ପିଲାମାନେ ଖାଇଥିଲେ। ଏହାପରେ ଜଣଜଣ କରି ୩୨ଜଣଙ୍କୁ ଝାଡାବାନ୍ତି ହୋଇଥିଲା। ଏଥିମଧ୍ୟରୁ ୨୧ଜଣଙ୍କୁ ତୁମ୍ବାଗୁଡା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ୧୧ଜଣଙ୍କୁ ଦଶମନ୍ତପୁରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର