ଚାଇନିଜ ନାମ ବଦଳାଇ ମାଲିକ ରେସ୍ତୋରାଁର ନାମ ରଖି‌ଲେ ସୋନୁ ସୁଦ

ନୂଆଦିଲ୍ଳୀ: ଅଭିନେତା ସୋନୁ ସୁଦ ଲକଡାଉନ୍ ପରେ ପ୍ରବାସୀ ଓ ନିରାଶ୍ରୟ ଲୋକମାନଙ୍କୁ ସାହାଯ୍ୟ କରି ପ୍ରକୃତ ହିରୋ ସାଜିଥିବା ବେଳେ କିଛିଲୋକ ତାଙ୍କୁ ଏଭଳି କାମ ପାଇଁ ଦେବତା ଭଳି ପୂଜା କରିବା ବି ଆରମ୍ଭ କରି ଦେଇଥିଲେ।

ଏହି କ୍ରମରେ ସୋନୁ ସୁଦଙ୍କ ଜଣେ ପ୍ରଶଂସକ ତାଙ୍କ ‌ହୋ‌ଟେଲର ନାମ ଅଭିନେତାଙ୍କ ନାମ ଅନୁସାରେ ନାମକରଣ କରିଛନ୍ତି। ଆଉ ଆଶ୍ଚର୍ଯ୍ୟର କଥା ହେଉଛି ସେ ଯେଉଁଦିନ ଠାରୁ ସୋନୁ ସୁଦଙ୍କ ନାମରେ ତାଙ୍କ ରେସ୍ତୋରାଁ ଖୋଲିଛନ୍ତି ଭଲ ବ୍ୟବସାୟ କରୁଥିବା ହୋଟେଲ ମାଲିକ କହିଛନ୍ତି ।

ସୋସିଆଲ ମିଡିଆରେ ଏକ ରେସ୍ତୋରାଁର ଫଟୋ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଫଟୋରେ ରେସ୍ତୋରାଁର ମେନୁ ଦେଖିବାକୁ ମିଳୁଥିବା ବେଳେ ସେଥିରେ ଥିବା ସୋନୁ ସୁଦଙ୍କ ପୋଷ୍ଟରରେ ଯାଇ ସମସ୍ତଙ୍କ ଆଖି ଅଟକି ଯାଉଛି।

सोनू सूद

ଜଣେ ରେସ୍ତୋରାଁ ମାଲିକ ସୋନୁଙ୍କ ଗରିବ ଓ ନିରାଶ୍ରୟ ଲୋକଙ୍କ ପ୍ରତି ସାହାଯ୍ୟକୁ ଦେଖି ଏତେ ପ୍ରଭାବିତ ହୋଇଛନ୍ତି ଯେ ସେ ତାଙ୍କ ରେସ୍ତୋରାଁର ନାମ ସୋନୁଙ୍କ ନାମରେ ରଖିଛନ୍ତି। ‌ସେଥିରେ ତାଙ୍କ ଏକ ବଡ ପୋଷ୍ଟର ମଧ୍ୟ ଲଗାଇଛନ୍ତି।

ଏହି ରେସ୍ତୋରାଁ ମାଲିକଙ୍କ ନାମ ଅନିଲ କୁମାର। ସୋନୁ ସୁଦଙ୍କ ପୂର୍ବରୁ ଅନିଲଙ୍କ ରେସ୍ତୋରାଁର ନାମ ଏକ ଚାଇନିଜ୍ ନାମ ଥିଲା। ଯେତେବେଳେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ସେତେବେଳେ ସୋନୁ ସୁଦଙ୍କ ନଜର ମଧ୍ୟ ଏହି ପୋଷ୍ଟ ଉପରେ ପଡିଥିଲା। ଏହି ପୋଷ୍ଟର ଦେଖିବା ପରେ ସୋନୁ ମଧ୍ୟ ବହୁତ ଖୁସି ହୋଇଯାଇଥିଲେ।

 

ସେ ଏହି ପୋଷ୍ଟକୁ ଦେଖି ଏକ ମଜାଳିଆ ପ୍ରତିକ୍ରିୟା ଦେଇଛନ୍ତି | ସୋନୁ ଲେଖିଛନ୍ତି- କ’ଣ ମୋତେ ଏହି ରୋସ୍ତୋରାଁରେ ଟ୍ରିଟ ମିଳିବ। ସୋନୁ ଏହି ପୋଷ୍ଟର ସେୟାର କରିଥିବା ଇମୋଜିକୁ ଦେଖିଲେ ଜଣାପଡ଼ୁଛି ସେ ରୋସ୍ତୋରାଁ ମାଲିକଙ୍କ ସହିତ ମଜା କରୁଛନ୍ତି।

ବଲିଉଡ ଅଭିନେତା ସୋନୁ ସୁଦ କରୋନା ଭାଇରସ ସଂକ୍ରମଣ ହେତୁ ଜାରି ହୋଇଥିବା ଲକଡାଉନ ସମୟରେ ବହୁ ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ପଠାଇବାରେ ଦେବଦୂତ ସାଜିଥିଲେ। ଏହି ସାମାଜିକ କାର୍ଯ୍ୟ ପାଇଁ ଅଭିନେତା ସୋନୁ ସୁଦଙ୍କୁ ୟୁନାଇଟେଡ ନେସନ୍ସ ଡେଭଲପମେଣ୍ଟ ‌ପ୍ରୋଗ୍ରାମ (ୟୁଏନଡିପି) ଦ୍ବାରା ପ୍ରତିଷ୍ଠିତ ଏସଡିଜି ସ୍ପେଶାଲ ହ୍ୟୁମାନିଟାରିଆନ୍ ଆକ୍ସନ୍ ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କୁ ଏହି ପୁରସ୍କାର ଏକ ଭର୍ଚୁଆଲ୍ ପ୍ରୋଗ୍ରାମ୍ ମାଧ୍ୟମରେ ପ୍ରଦାନ କରାଯାଇଛି।|

ସମ୍ବନ୍ଧିତ ଖବର