ଖୋର୍ଦ୍ଧା: ଦେଶରେ ଚଳିତ ବର୍ଷ ଫିଫା ପକ୍ଷରୁ ବିଶ୍ୱକପ୍ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ୧୭ବର୍ଷରୁ କମ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଆଜି ବୋଲଗଡ଼ ବୋଲଗଡ଼ ବାଳକ, ଜଟଣୀ ବାଳିକା ଓ ଭୁବନେଶ୍ୱର ମହାନଗର ନିଗମ ବାଳିକା ଦଳ ସେମିଫାଇନାଲ୍କୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆଜି ତୃତୀୟ ଦିବସରେ ଅନୁଷ୍ଠିତ ମ୍ୟାଚ୍ରେ ବୋଲଗଡ଼ ବାଳକ ଦଳ ଜଟଣୀ ବାଳକ ଦଳକୁ ୫-୩ ଗୋଲରେ ପରାସ୍ତ କରିଥିବା ବେଳେ ଜଟଣୀ ବାଳିକା ଦଳ ବୋଲଗଡ଼ ବାଳିକା ଦଳକୁ ୨-୦ରେ ପରାସ୍ତ କରିଛି।

Advertisment

ସେହିଭଳି ଅପରାହ୍ନ ମ୍ୟାଚରେ ଭୁବନେଶ୍ୱର ମହାନଗର ନିଗମ ବାଳିକା ଦଳ ବେଗୁନିଆ ବାଳିକା ଦଳକୁ ୩-୦ରେ ପରାସ୍ତ କରି ସେମିଫାଇନାଲ୍କୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ପୂର୍ବତନ ପୁଲିସ ଅଧିକାରୀ ଦେବ ପ୍ରସାଦ ମଜୁମଦାର, କିଶୋର ଚନ୍ଦ୍ର ପରମଗୁରୁ, ବ୍ଲକ ଶିକ୍ଷାଧିକାରୀ ଡଃ. ନିରଂଜନ ମହାନ୍ତି, ସଂଧ୍ୟାରାଣୀ ରାଉତ, ସନାତନ ଜାଲି ଓ ନଳିନୀକାନ୍ତ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା କ୍ରୀଡ଼ା ନିରୀକ୍ଷକ ପଠାଣୀ ଆଗ୍ରାସିଂହ ଓ ଅନ୍ୟ କ୍ରୀଡ଼ାଶିକ୍ଷକ ମାନେ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।