ପୁସିଂ ବ୍ରିଜ୍‌ ନିର୍ମାଣ ଦାବିରେ ୫ଟି ଗ୍ରାମର ଲୋକଙ୍କ ଶୋଭାଯାତ୍ରା ଓ ବିକ୍ଷୋଭ

ଦାବି ପୂରଣ ନ ହେଲେ ଟ୍ରେନ ଲାଇନରେ ଶୋଇବେ ଗାଁ ଲୋକେ

କୋରାପୁଟ: ନାର୍ଯ୍ୟ ଦାବି ପାଇଁ ଏକାଠି ହୋଇଛନ୍ତି କୋରାପୁଟ ଜିଲ୍ଲା ମାନବାର ପଞ୍ଚାର ୫ଟି ଗାଁର ଲୋକ। କେଉଁକାଳରୁ ଫାଟକ ବିହୀନ ରେଳରାସ୍ତା ଦେଇ ଯାତାୟତ କରୁଥିବାବେଳେ ଏହାକୁ ରେଳ ବିଭାଗ ବନ୍ଦ କରିଦେବାରୁ ତାତିଛନ୍ତି ୫୦୦ରୁ ଅଧିକ ପରିବାର। କୋରାପୁଟ ବ୍ଲକ ଅନ୍ତର୍ଗତ ମାନବାର ପଂଚାୟତର ୫ଟି ଗ୍ରାମର ଶତାଧିକ ଲୋକଙ୍କ ସମେତ ବିଜେଡି ଓ କଂଗ୍ରେସ କର୍ମୀମାନେ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଅବସରରେ ସେମାନେ କୋରାପୁଟ ଜିଲ୍ଲାପାଳ,ଏସ୍ପି‌ ଓ ରେଳ ବିଭାଗକୁ ଦାବିପତ୍ର ପ୍ରଦାନ କରିଛନ୍ତି ମୁସୁରିଆଗୁଡା, ମେଣ୍ଡାଗୁଡା, ନରିଗୁଡା, ଲାଟିଗୁଡା, ଛାଡପଦର ଓ ଜରଟି ଗ୍ରାମର ଶତାଧିକ ଜନସାଧାରଣ ଯିବା ଆସିବା କରିବା ପାଇଁ ନିର୍ଭର କରୁଥିବା ରାସ୍ତାକୁ ରେଳ ବିଭାଗ ବନ୍ଦ କରି ଦେବା ପରେ ବିକ୍ଷୋଭର ସ୍ୱର ଉଠିଛି। କିଛିଦିନ ପୂର୍ବେ ଏହି ରେଳଟ୍ରାକ୍‌କୁ ଏକ ବୋଲୋରୋ ଅତିକ୍ରମ କରୁଥିବାବେଳେ ଏକ ମାଲବାହୀ ଟ୍ରେନ ଧକ୍କା ଦେବା ଫଳରେ ରେଳ ବିଭାଗ ସେହି ଫାଟକ ବିହିନ ରାସ୍ତାଟିକୁ ବନ୍ଦ କରିଦେଇଥିଲା। ଫଳରେ ୫ଟି ଗ୍ରାମର ଜନସାଧାରଣ ଯିବା ଆସିବାରେ ଘୋର ଅସୁବିଧାର ସମ୍ମୁଖିନ ହୋଇଛନ୍ତି। ଚାଷ ଓ ବ୍ୟବସାୟ ଉପରେ ନିର୍ଭର କରୁଥିବା ୫ଟି ଗ୍ରାମର ଲୋକଙ୍କର ଗମନାଗମନର ମାଧ୍ୟମ ଥିବା ରାସ୍ତାଟିକୁ ରେଳ ବିଭାଗ ଜୋର ଜବରଦସ୍ତ ବନ୍ଦ କରିବାକୁ ଘୋର ବିରୋଧ କରିଛନ୍ତି ବିଜେଡି ଓ କଂଗ୍ରେସ କର୍ମୀ ବୃନ୍ଦ।

କୋରାପୁଟ ବିଧାୟକ ରଘୁରାମ ପଡାଲଙ୍କ ସମେତ ଅନେକ ବିଜେଡି କର୍ମୀ ଓ ଜିଲ୍ଲା ପରିଷଦ ସଦସ୍ୟ ପାର୍ବତି ମସ୍ତି କଂଗ୍ରେସର ପୁର୍ବତନ ବିଧାୟକ ନିମାଇଁ ସରକାର, ରୁପକ ତୁରୁକ, କୃଷ୍ଣ କୁଳଦ୍ୱୀପ, ରମେଶ କୁମାର ବାଙ୍କିଆ, ଭଗବାନ ବାହିନିପତିଙ୍କ ସମେତ ଅନେକ କଂଗ୍ରେସ କର୍ମୀ ସ୍ଥାନୀୟ ଲୋକ ମାନଙ୍କ ସହ ମିଶି ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରେଳ ବିଭାଗ ରାସ୍ତାଟିକୁ ଖୋଳି ସଂପୂର୍ଣ୍ଣ ବନ୍ଦ କରିବା ସହ ଆରପିଏଫ ମୁତୟନ କରି ଲୋକ ମାନଙ୍କୁ ସେହି ରାସ୍ତା ଦେଇଯିବା ଆସିବା କରିବାକୁ ବାରଣ କରୁଛି। ତେଣୁ ୫ଟି ଗ୍ରାମର ଲୋକ ମାନଙ୍କର ହିତ ଦୃଷ୍ଟିରୁ ରେଳ ବିଭାଗ ଓ ଜିଲ୍ଲା ପ୍ରଶାସନ ଯଥାଶୀଘ୍ର ଏକ ପୁସିଂ ବ୍ରିଜ ନିର୍ମାଣ ପାଇଁ ତତ୍ପର ହେବାକୁ ସେମାନେ ଦାବି କରିଛନ୍ତି। କେନ୍ଦ୍ର ସରକାର ତୁରନ୍ତ ମୁସୁରିଆଗୁଡା ଠାରେ ପୁସିଂ ବ୍ରିଜ ନିର୍ମାଣ କୋରାପୁଟ ବିଧାୟକ ଶ୍ରୀ ବିଧାୟକ ଦାବି କରିବା ସହ କୋରାପୁଟ ବାଇପାସ ରୋଡ ନିର୍ମାଣ ନିମନ୍ତେ ରେଳବାଇ ସହମତି ପ୍ରକାଶ କରିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେବାକୁ ସେ ଦାବି କରିଥିଲେ। ମୁସୁରିଆଗୁଡା ଠାରେ ରେଳବିଭାଗ ଯେଉଁ ବ୍ୟାରିକେଡ ନିର୍ମାଣ କରିଛି ତାହାକୁ ହଟାଇବା ସହ ୭ଦିନ ମଧ୍ୟରେ ଯଦି ପୁସିଂ ବ୍ରିଜ ନିର୍ମାଣ ନିମନ୍ତେ ନିଷ୍ପତି ନିଆ ନ ଯାଏ ତେବେ ଆନ୍ଦୋଳନ କରାଯିବ। ୫ ଖଣ୍ଡର ଗାଁ ଲୋକେ ରେଳଲାଇନ ଉପରେ ଶୋଇବେ ବୋଲି ଧମକ ଦେଇଛନ୍ତି।

ସମ୍ବନ୍ଧିତ ଖବର