ଜଗତସିଂହପୁର: ପାରାଦୀପରେ ପିଲାଙ୍କ ଦ୍ବାରା ମୋବାଇଲ ଗେମ୍ ଚିନ୍ତା ବଢ଼ାଇଲାଣି। ଖାସ୍ ମୋବାଇଲ୍ ପାଇଁ ଆଜି ଏକ ନାବାଳକ ଆତ୍ମହତ୍ୟା କରିବା ଘଟଣା ପୂରା ବନ୍ଦରନଗରୀରେ ଆଲୋଡ଼ନ ଖେଳାଇ ଦେଇଛି। ନାବାଳକମାନେ ମୋବାଇଲ ମାନିଆରେ କିପରି ଭୟବହତାର ଶିକାର ହେଉଛନ୍ତି ତାହା କେବଳ ଅଭିଭାବକଙ୍କ ଚିନ୍ତା ବଢ଼ାଇନାହିଁ ବରଂ ସାମାଜିକ ସ୍ଥିତି କିପରି ବିପନ୍ନ ହେଉଛି ତାହା ମଧ୍ୟ ଉଦ୍ବେଗର ବିଷୟ ହୋଇଛି। କିଛି ଦିନ ତଳେ ଏହି ଖେଳ ଯୋଗୁଁ ପାରାଦୀପ ଆଦର୍ଶ ଥାନା ଅଧୀନ ନୂଆବଜାର ଅଂଚଳରୁ ଏକ ନାବାଳକ ଟଙ୍କା ଓ ସୁନା ସବୁ ଚୋରି କରିବାକୁ ପଛାଇନଥିଲା। ବର୍ତମାନ ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ସେହପିରି ଜଟାଧାରୀ ମୁହାଣ ଥାନା ଅଧୀନ ଷଣ୍ଢକୁଦ ବସ୍ତିରେ ମଧ୍ୟ ଗେମ୍ ଖେଳୁଥିବା ଏକ ନାବାଳକଠାରୁ ମୋବାଇଲ ଛଡ଼ାଇ ନେବାରୁ ସେ ଆତ୍ମହତ୍ୟା କରିଛି। ମିଳିଥିବା ସୂଚନା ମୁତାବକ, ପାରାଦୀପ ପୌରପାଳିକା ୧୮ ନମ୍ବର ୱାର୍ଡ଼ ଷଣ୍ଢକୁଦ ବସ୍ତିରେ ରହୁଥିବା ପର୍ଶୁରାମ ରାଓଙ୍କ ପୁଅ ଆତ୍ମହତ୍ୟା କରିଛି।
ବର୍ତ୍ତମାନ ଏହି ମାମଲାକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳୁଛି । ପର୍ଶୁରାମ ଅଭିଯୋଗ ମୁତାବକ ଏକ ନାବାଳିକା ସମ୍ପର୍କରୁ ସେହି ଝିଅର ସମ୍ପର୍କୀୟମାନେ ତାର ମୋବାଇଲ୍ ଛଡ଼ାଇ ନେଇଥିଲେ। ଫଳରେ ମାନସିକ ଭାରସାମ୍ୟ ହରାଇ ତାଙ୍କ ପୁଅ ଆତ୍ମହତ୍ୟା କରିଛି। ଅନ୍ୟପଟେ ଏକଥା ବି ଶୁଣିବାକୁ ମିଳୁଛି ଯେ, ଉକ୍ତ ନାବାଳକ ଅଧିକାଂଶ ସମୟ କାହା ସହ ଫୋନ୍ରେ କଥା ହୁଅନ୍ତି । ବାକି ସମୟ ସେ ମୋବାଇଲରେ ଗେମ୍ ଖେଳେ । ଏଣୁ ଘରେ ତାକୁ ବାରମ୍ବାର ଆକଟ କରିବାରୁ ଅଧିକାଂଶ ସମୟ ଝଗଡ଼ା ହେଉଥିଲା। ତା ଠାରୁ ମୋବାଇଲ ଛଡ଼ାଇ ନିଆଯିବାରୁ ପାଖାପାଖି ଦେଢ଼ ମାସ ହେଲା ସେ ମୋବାଇଲଠାରୁ ଦୂରରେ ରହି ମାନସିକ ଭାରସାମ୍ୟ ହରାଇ ବସିଥିଲା। ଅଧିକାଂଶ ସମୟ ସେ ଚିନ୍ତଗ୍ରସ୍ତ ରହୁଥିଲା। ଏଣୁ ଘରେ କେହି ନଥିବାର ସୁଯୋଗ ନେଇ ସେ ଆତ୍ମହତ୍ୟା କରିଛି। ଜଟାଧାରୀମୁହାଣ ଥାନା ଇନ୍ସପେକ୍ଟର ବିଜୟ ବେକ୍ କହିଛନ୍ତି ନାବାଳକର ଶବକୁ ଜବପତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପ୍ରକୃତରେ ମୋବାଇଲକାରଣରୁ ଯଦି ନାବାଳକ ଜଣକ ଆତ୍ମହତ୍ୟା କରିଛି ତେବେ ଏହା ପଛରେ କେଉଁମାନେ ଦାୟୀ ତାହା ଆମେ ଅନୁସନ୍ଧାନ କଲେ ସତ୍ୟାସତ୍ୟ ସାମ୍ନାକୁ ଆସିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/8-6.jpg)