ବ୍ୟବସାୟୀ ସଂଘର ବନ୍ଦ ଡାକରା ନେଇ ଦାବିପତ୍ର 

ଖୋର୍ଦ୍ଧା: ଜିଏସଟି ଆଇନର ସଂଶୋଧନ, ଅନ୍ଲାଇନ୍ ବ୍ୟବସାୟ ଉପରେ ଆଇନ ପ୍ରଣୟନ, ଖାଦ୍ୟ ନିରାପତ୍ତା ମାନ ଆଇନରେ ନିୟମ ପରିବର୍ତନ ଆଦି ଦାବି ନେଇ ଆସନ୍ତା ୨୬ ତାରିଖରେ ସିଏଆଇଟି ଭାରତ ବନ୍ଦର ଡାକରା ଦେଇଛି। ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇ ଆଜି ଖୋର୍ଦ୍ଧା ଜିଲ୍ଲା ବ୍ୟବସାୟୀ ସଂଘର କର୍ମକର୍ତା ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସଂଘର ରାଜ୍ୟ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ ୨୦୧୭ ରେ ଜିଏସ୍ଟି ଆଇନ ଲାଗୁ କରିବା ପରେ କେନ୍ଦ୍ର ସରକାର ୯୫୦ଥର ଆଇନ ବଦଳାଇଛନ୍ତି। ପଂଜୀକୃତ ବ୍ୟବସାୟୀ ଅନ୍ୟ ବ୍ୟବସାୟୀଙ୍କୁ ସାମଗ୍ରୀ କିମ୍ବା ସେବା ଯୋଗାଇବା ବେଳେ ଜିଏସ୍‌ଟି ଠିକଣା ସମୟରେ ପଇଠ ନକଲେ ସେବା ଓ ସାମଗ୍ରୀ ଗ୍ରହଣ କରୁଥିବା ବ୍ୟବସାୟୀ ଜିଏସ୍‌ଟି ନ୍ପୁଟ ପାଇନଥାଏ। ଏହାଦ୍ୱାରା ସେ ଦୁଇ ଦୁଇ ଥର କର ବୋଝ ମୁଣ୍ଡାଇଥାଏ।

ଏଣୁ ଏହି ନିୟମର ପରିବର୍ତନ ସହ ଅନଲାଇନ ବ୍ୟବସାୟକୁ ନିୟନ୍ତ୍ରଣ କରିବାକୁ ଆଇନ, ଖାଦ୍ୟ ନିରାପତ୍ତା ମାନ ଆଇନରେ ପ୍ରତିବର୍ଷ ଅନୁମତି ବଦଳରେ ସ୍ଥାୟୀ ଅନୁମତି ଆଦି ଦାବି ନେଇ ୨୬ ତାରିଖରେ ସଂଘ ପକ୍ଷରୁ ଭାରତ ବନ୍ଦର ଆନ୍ଦୋଳନ ଡାକରା ଦିଆଯାଇଛି।

ଏହାକୁ ସମର୍ଥନ କରି ଖୋର୍ଦ୍ଧା ଜିଲ୍ଲା ବ୍ୟବସାୟୀ ସଂଘ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି। ଆଜି ଜିଲ୍ଲାପାଳଙ୍କୁ ସାକ୍ଷାତ ବେଳେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଚାମ୍ବର ଅଫ୍ କମର୍ସର ଗିରିଜା ପ୍ରସାଦ ରଥ, ଖୋର୍ଦ୍ଧା ବ୍ୟବସାୟୀ ସଂଘର ଶକ୍ତି ଶଙ୍କର ମିଶ୍ର, ବାଦଲ ପଟ୍ଟନାୟକ, ଶଶିକାନ୍ତ ମିଶ୍ର, ଅଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର