କୋରାପୁଟରେ ମାତିଛନ୍ତି ବାବା ଦଳ, ଭିକ୍ଷାବୃତ୍ତି ନାଁ କରୁଛନ୍ତି ଜବରଦସ୍ତି 

କୋରାପୁଟ : କୋରାପୁଟରେ ମାତିଛନ୍ତି ବାବା। ଗତ ସପ୍ତାହେବ କୋରାପୁଟ ସହର ଓଏହାର ଆଖପାଖ ଅଞ୍ଚଳରେ ମାତି ଭିକ୍ଷାବୃତ୍ତି କରୁଛନ୍ତି। ଘରକୁ ଘର ବୁଲି ଭିକ୍ଷାବୃତ୍ତି କରୁଥିବାବେଳେ ଖଣ୍ଡି ହିନ୍ଦି ଓ ବଙ୍ଗାଳା ଭାଷାରେ କଥା ହେଉଛନ୍ତି। ୧୦ରୁ ୧୨ ଜଣିଆ ଦଳ ହୋଇ ବୁଲୁଥିବା ଦେଖିବାକୁ ମିଳୁଛି। ଏହିମାନେ ରେଳଷ୍ଟ‌େସନ ନିକଟରେ ଥିବା ପଡିଆ ଓ ଜାତୀୟ ରାଜପଥ ନିକଟରେ ରହୁଥିବା ଦେଖିବାକୁ ମିଳିଛି। ଏହିମାନେ ସକାଳୁ ରାତି ଯାଏ ଭିକ୍ଷାବୃତ୍ତି କରୁଥିବାବେଳେ ଘରକୁ ଘର ଯାଇ ଜୋର ଜବରଦସ୍ତି କରି ଅର୍ଥ ଦାବି କରୁଥିବା ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ ଏହିମାନଙ୍କୁ ପଚାରିବାରୁ କିଏ ପଶ୍ଚିମବଙ୍ଗରୁ ଆସିଥିବା କହୁଥିବାବେଳେ କିଏ କାଶିବିଶ୍ବନାଥ ଓ ଗୟାରୁ ଆସିଥିବା କହୁଛନ୍ତି ।

କିନ୍ତୁ ଏହିମାନେ ବାଂଗଲାଦେଶରୁ ଆସିଥିବା ଅନୁମାନ କରାଯାଉଛି। ସେମାନଙ୍କ ମଧ୍ୟରେ ବାଂଗଲାଦେଶୀ ଭାଷାରେ କଥା ହେଉଥିବାବେଳେ ଭିକ୍ଷାବୃତ୍ତିବେଳେ ଖଣ୍ଡି ହିନ୍ଦି ଓ ବଙ୍ଗଳାଭାଷାରେ କଥା ହେଉଛନ୍ତି। ତେବେ କୋରାପୁଟ ସହରରେ ହଠାତ୍‌ ଆଗନ୍ତୁକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସେମାନଙ୍କ କିଏ ଓ କେଉଁଠୁ ଏବଂ କାହିଁକି ଆସୁଛନ୍ତି ତାହାର ଖବର ନା ସ୍ଥାନୀୟ ପୁଲିସ ନିକଟରେ ରହିଛି ନା ପ୍ରଶାସନ ନିକଟରେ ରହିଛି। କୋରାପୁଟ ସହରରେ କାଁ ଭାଁ ଚୋରୀ ବୃଦ୍ଧି ପାଉଥିବାବେଳେ ତାହା କିଏ କରି ପଳାଉଛି ତାହାର ଖୋଜ ଖବର ପାଇ ପାରୁନି ପୁଲିସ।  କୋରାପୁଟ ସହରରେ ବହୁ କେନ୍ଦ୍ରୀୟ ସଂସ୍ଥା ପକ୍ଷରୁ ଗୁଇନ୍ଦା  ବିଭାଗ ଖୋଲା ଯାଇଥିବାବେଳେ ଏହି ବିଭାଗ କ’ଣ କରୁଛି ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି।

ଏନେଇ ଟାଉନ ଆଇଆଇସି ଧୀରେନ ପଟ୍ଟନାୟକ କହିଛନ୍ତି ଯେ ଏମାନେ କେଉଁଠୁ ଆସିଛନ୍ତି ତାହା ଆମ ନିକଟରେ ଖବର ନାହିଁ। କିନ୍ତୁ ଗୋଟିଏ ଦୁଇଟି ଅଞ୍ଚଳ ଓ ଅଫିସରୁ ଅଭିଯୋଗ ଆସିଲାଣି ଯେ ଏମାନେ ଜୋର ଜବରଦସ୍ତ ଘରକୁ ପଶି ଭିକ୍ଷା ମାଗୁଛନ୍ତି ବୋଲି। ଏନେଇ କାର୍ଯ୍ୟନୁଷ୍ଠାନ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର