ବେଆଇନ ଚାଲାଣ ହେଉଥିବା ୩୫ ପେଟି ବିଦେଶୀ ମଦ, ୮ ହଜାର ଟଙ୍କା ଜବତ, ୨ ଜଣଙ୍କୁ କୋର୍ଟ ଚାଲାଣ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ ବିପୁଳ ପରିମାଣରେ ବେଆଇନ ମଦ କରାବାର ହେଉଥିବା ବେଳେ ଏ ନେଇ ବିଭିନ୍ନ ସମୟରେ ଖବର ପ୍ରକାଶିତ ହେଉଛି। ତେବେ ବେଆଇନ ଭାବେ ବିକ୍ରି କରାଯିବାକୁ ଚାଲାଣ କରାଯାଉଥିବା ବେଳେ ପୁଲିସ ଦ୍ଵାରା ୩୫ ପେଟି ବିଦେଶୀ ମଦ ଜବତ ହୋଇଛି। ଏହି କାରବାର ସହ ସଂପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ ଥିବା ଜଣାପଡିଛି ।

ପୁଲିସର ସୂଚନା ଅନୁଯାୟୀ, ପାଟଣାଗଡ଼ ଥାନାଧିକାରୀ କେ. ପ୍ରିୟଙ୍କା ରାଉତରାୟଙ୍କ ନେତୃତ୍ୱରେ ପେଟ୍ରୋଲିଂ ଚାଲିଥିବାବେଳେ ପାଟଣାଗଡ଼ -ବରପଦର ବ୍ରିଜ ଠାରେ ଏକ ୱାଗନଆର ଉପରେ ସେନ୍ଦେହ ହୋଇଥିଲା। ୱାଗନଆର(ସିଜି ୦୪ ଏଚ ୩୯୫୦)ରେ ଦୁଇ ଜଣ ବସିଥିବା ବେଳେ ଉକ୍ତ ଗାଡିବେ ୩୫ ପେଟି/କାଟୁନ୍‌ ବିଦେଶୀ ମଦ ବେଆଇନ ଭାବେ ଚାଲାଣ କରୁଥିବା ଦେଖିବାକୁ ମିଳିଥିଲା । ଉକ୍ତ ମଦ ସବୁ ଜବତ କରିବା ସହିତ ଗାଡିରେ ବସିଥିବା ନଅଗାଁର ଛେଲିଆ ବେହେରା ଓ ଝାଡଖଣ୍ଡର ବିମଳେଶ ୟାଦବ ବସିଥିଲେ । ଜବତ ବିଦେଶୀ ମଦ ମଧ୍ୟରେ କେନ ଓ ବୋତଲ ରହିଥିବା ଜଣାପଡିଛି ।

ବିଦେଶୀ ମଦ ବୋଝେଇ ହୋଇଥିବା ଗାଡି ସହ ଉକ୍ତ ଦୁଇ ଜଣକୁ ପୁଲିସ ଥାନାକୁ ଆଣିଛି।। ପୁଲିସ ଏ ସମ୍ପର୍କରେ ଏକ ମାମାଲା ରୁଜୁ କରି ଅଧିକ ତଦନ୍ତ କରୁଛି। ଉକ୍ତ ଦୁଇ ଜଣକୁ କୋର୍ଟ ଚାଲାଣ କରାଯାଇ ଥିବା ବେଳେ ସେମାନଙ୍କ ଠାରୁ ୮ ହଜାର ୧୦୦ ଟଙ୍କା ଜବତ ହୋଇଛି। ଏହି ମଦକୁ ପାଟଣାଗଡ଼ରୁ ଲରମ୍ଭା ପଟକୁ ବିକ୍ରି କରାଯିବା ପାଇଁ ନିଆ ଯାଉଥିବା ଜଣାପଡିଛି । ଜବତ ହୋଇଥିବା ବିଦେଶୀ ମଦର ଆନୁମାନିକ ମୂଲ୍ୟ ଦେଢ ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି ଏସଡିପିଓ ସୁରେଶ କୁମାର ନାଏକ । ତେବେ ପାଟଣାଗଡ଼ ଅଞ୍ଚଳରେ ଦୀର୍ଘ ଦିନ ହେଲା ଝାଡଖଣ୍ଡର ବିମଳେଶ ୟାଦବ ନାମକ ଜଣେ ବ୍ୟକ୍ତି ଏହି ବେଆଇନ ମଦ କାରବାର ଚଳାଇଥିବା ନେଇ ମଧ୍ୟ କହିଛନ୍ତି ଶ୍ରୀ ନାଏକା

ସମ୍ବନ୍ଧିତ ଖବର