ଅଟୋରୁ ୫୪ ଲିଟର ବିଦେଶୀ ମଦ ଜବତ

ପୁରୀ : ଗୋଟିଏ ଅଟୋରୁ ପ୍ରାୟ ୫୪.୮୧ ଲିଟର ବିଦେଶୀ ମଦ ଜବତ କରିଛି ପୁରୀ ଅବକାରୀ ଥାନା । ଅବକାରୀ ଥାନା ପକ୍ଷରୁ  ମଙ୍ଗଳାଘାଟ ଅଞ୍ଚଳରେ ଚଢଉ କରି ଏହି ମଦ ଜବତ କରାଯାଇଛି । ଏହି ଘଟଣାରେ କୁଶ ବରାଳ ନାମକ ଅଭିଯୁକ୍ତକୁ ଗିରଫ କରାଯାଇଛି । ତାର ବୟସ ୪୨ ବର୍ଷ ହୋଇଥିବାବେଳେ ସେ ପୁରୀ ସଦର କନ୍ଥପୁର ଅଞ୍ଚଳର ବୋଲି ଜଣାପଡ଼ିଛି । ଏହା ସହିତ ମଦ ଥିବା ପାଜିଓ ଏପ୍ ଅଟୋକୁ ଜବତ କରାଯାଇଛି ।

ସମ୍ବନ୍ଧିତ ଖବର