ବିପୁଳ ପରିମାଣର ବିଦେଶୀ ମଦ ଜବତ, ଅଟୋ ଡ୍ରାଇଭର ଗିରଫ

ରାଉରକେଲା: ସପ୍ତାହାନ୍ତ ସଟ୍‌ଡାଉନ୍‌ରେ ମଦ କଳାବଜାରୀ କରୁଛନ୍ତି କିଛି ବ୍ୟବସାୟୀ। ସଟ୍‌ଡାଉନ୍‌ର ଦିନକ ପୂର୍ବରୁ ଦୋକାନରୁ ପେଟି ପେଟି ମଦ ନେଇ ବିଭିନ୍ନ ଜାଗାରେ ଗଚ୍ଛିତ ରଖୁଛନ୍ତି। ସେ ସବୁ ମଦକୁ ସପ୍ତାହାନ୍ତ ସଟ୍‌ଡାଉନ୍‌ରେ ଚଢ଼ା ଦରରେ ଗ୍ରାହକଙ୍କୁ ବିକ୍ରି କରୁଛନ୍ତି। ଆଜି ପ୍ଲାଣ୍ଟସାଇଟ୍‌ ପୁଲିସ ପେଟ୍ରୋଲିଂ ବେଳେ ବିଦେଶୀ ମଦ ବୋଝେଇ ଅଟୋକୁ ସେକ୍ଟର-୨୧ ନୟାବଜାର ନିକଟରୁ ଜବତ କରିଛି। ଅଟୋରୁ ବିଭିନ୍ନ ବ୍ରାଣ୍ଡର ୨୪୮ ବୋତଲ ଜବତ କରିଛି। ଭାଟ୍ଟି ରୋଡର ଅଟୋ ଡ୍ରାଇଭର ସନ୍ନି ଖାନ୍‌କୁ ପୁଲିସ ଗିରଫ କୋର୍ଟ ଚାଲାଣ କରିଛି। ଗତ ଦୁଇ ଦିନ ତଳେ ନୟାବଜାର ନିକଟରୁ ପ୍ଲାଣ୍ଟସାଇଟ୍‌ ପୁଲିସ ସ୍କୁଟି ସହ ୨ ପେଟି ବିଦେଶୀ ମଦ ଜବତ କରିଥିଲା। ବେପାରୀ ମଧୁସୂଦନପାଲୀର ତପନ କୁମାର ଗିରିକୁ ଗିରଫ କରିଥିଲା। ତପନ ପୂର୍ବରୁ ବେଆଇନ ମଦ କାରବାରରେ ଗି୍ରଫ ‌ହୋଇ ଜେଲ୍‌ ମଧ୍ୟ ଯାଇଥିଲା।

ସମ୍ବନ୍ଧିତ ଖବର