ମାଲକାନଗିରି: ମଣିଷ ପ୍ରେମରେ ପଡିଛି ଜଙ୍ଗଲୀ ବାରହା । ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସଦର ମହକୁମା ଦୁର୍ଗାଗୁଡି ସାହିରେ। ଗତ ୨୫ ବର୍ଷ ଧରି ଘରର ସଦସ୍ୟ ହୋଇ ରହିଛି ଜଙ୍ଗଲୀ ବାରହା। ଜଙ୍ଗଲୀ ହିଂସ୍ରଜନ୍ତୁ ହେଲେ ମଧ୍ୟ ମଣିଷ ପ୍ରେମରେ ପଡିଯାଇଛି ଏହି ବାରହା। ୨୫ ବର୍ଷ ତଳେ ବନ୍ୟା ପାଣିରେ ବାରହା ଛୁଆଟି ଭାସି ଯାଉଥିବାବେଳେ ସ୍ଥାନୀୟ ମହେନ୍ଦ୍ର ପାତ୍ର ଉଦ୍ଧାର କରିଥିଲେ। ସେହିଦିନଠାରୁ ପୋଷାମାନି ଘରେ ରହିଛି। ମଣିଷ ଯାହା ଖାଉଛି ଜଙ୍ଗଲୀ ବାରହା ମଧ୍ୟ ସେୟାହିଁ ଖାଉଛି। ମହେନ୍ଦ୍ର ପାତ୍ର ନିଜ ହାତରେ ଖୁଆଇଦେଲେ ବାରହାଟି ଖାଉଥିବାବେଳେ ଅନ୍ୟମାନଙ୍କ ହାତରୁ ସେ ଖାଇନଥାଏ। ମହେନ୍ଦ୍ର ତାକୁ ଗେହ୍ଲାରେ ରାଜୁ ବୋଲି ଡାକନ୍ତି। ସେ ଯେଉଁଠି ଥାଉ ନା କାହିଁକି ମହେନ୍ଦ୍ର, ରାଜୁ ବୋଲି ଡାକ ଦେଲେ ସେ ଦୌଡି ମହେନ୍ଦ୍ରଙ୍କ ନିକଟକୁ ଆସିଯାଏ।
ମହେନ୍ଦ୍ର ହେଉଛନ୍ତି ମା ମଙ୍ଗଳାଙ୍କ ମନ୍ଦିରର ପୂଜାରି। ମନ୍ଦିରରେ ପୂଜା କଲା ପରେ ଯାହା ଭୋଗ ଥାଏ ତାକୁ ରାଜୁ ଖାଇଥାଏ। ଏଭଳି ଦୀର୍ଘ ପଚିଶି ବର୍ଷ ଧରି ସେ ମହେନ୍ଦ୍ରଙ୍କ ସହ ମିଳିମିଶି ରହୁଛି। ଏବେ ସେ ବିରାଟକାୟ ରୂପ ନେଇଛି। ମହେନ୍ଦ୍ର ତା ଉପରେ ବସିପଡିଲେ ମଧ୍ୟ ସେ କିଛି କରୁନଥିବା ଦେଖିବାକୁ ମିଳିଛି। ଏହି ଜଙ୍ଗଲୀ ବାରହାଟି ଆଇସକ୍ରିମ,ବିସ୍କୁଟ,ଆମ୍ବ ସହ ଯାହା ଦେଲେ ଖାଇଯାଉଛି।
/sambad/media/post_attachments/wp-content/uploads/2022/05/Mkg-pasu-manis-prema-re-2-300x225.jpg)
ମଝିରେ ମଝିରେ ଜଙ୍ଗଲକୁ ଗଲେ ମଧ୍ୟ ପୁଣି ବୁଲି ମହେନ୍ଦ୍ରଙ୍କ ଘରକୁ ଫେରିଆସୁଛି । ବନ ବିଭାଗ ଦୁଇଥର ବାରହାକୁ ନେଇ ଜଙ୍ଗଲ ମଧ୍ୟରେ ଛାଡିଥିଲେ ମଧ୍ୟ ବାଟ ଖୋଜି ପୁଣି ମହେନ୍ଦ୍ରଙ୍କ ଘରକୁ ଫେରିଆସୁଛି । ପଶୁ ଓ ମଣିଷ ମଧ୍ୟରେ ରହିଥିବା ଏହି ନିଆରା ପ୍ରେମ ସଂପର୍କ ଦୀର୍ଘ ବର୍ଷର ହୋଇଥିବାରୁ ଏହାକୁ ସମସ୍ତେ ସ୍ବୀକାର କରିସାରିଲେଣି। ତେବେ ଏହି ଜଙ୍ଗଲୀ ବାରହା କାହାର କିଛି କ୍ଷତି କରୁ ନାହିଁ। ଲୋକେ ତାକୁ ଗେହ୍ଲାରେ ରାଜୁ ବୋଲି ମଧ୍ୟ ଡାକନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Mkg-pasu-manis-prema-re-3.jpg)