ପଡିଆ: ମାଲକାନାଗିରି ଜିଲ୍ଲା ପଡିଆ ବ୍ଳକ କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏମ୍ଭି-୬୨ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗତକାଲି ରାତିରେ ନିଆଁ ଲାଗି ପ୍ରାୟ ୧ କିମି ଅଞ୍ଚଳ ସମ୍ପୂର୍ଣ୍ଣ ପୋଡ଼ି ହୋଇଯାଇଛି। ସୂଚନା ମୁତାବକ ଗତକାଲି ରାତିରେ କେଇ କ୍ଷଣ ମଧ୍ୟରେ ଏହି ନିଆଁ ପୂରା ଜଙ୍ଗଲକୁ ବ୍ୟାପିଥିଲା। ପାଖରେ ଥିବା ଗ୍ରାମବାସୀ ଏହା ଦେଖି ଭୟଭୀତ ହୋଇଯାଇଥିଲେ। ତେବେ ଦୀପଙ୍କର ପାଇକଙ୍କ ସହ ସ୍ଥାନୀୟ ଯୁବକ ଏବାବଦରେ ମାଲକାନାଗିରି ଡିଏଫଓ କାର୍ଯ୍ୟାଳୟକୁ ଫୋନ କରି ଜଣାଇଥିଲେ। ଏହାପରେ ଡିଏଫଓଙ୍କ ନିର୍ଦ୍ଦେଶକ୍ରମେ ବନ ବିଭାଗର ଏକ ଟିମ୍ ଅଗ୍ନିଶମ ବିଭାଗର ସହଯୋଗରେ ବିଳମ୍ବିତ ରାତିରେ ଏହି ଗ୍ରାମରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ।
ଦୀର୍ଘ ସମୟର କସରତ ପରେ ଏହି ନିଆଁକୁ କାବୁ କରିବାରେ ବନ ବିଭାଗ ସଫଳ ହୋଇଥିଲେ ମଧ୍ୟ ଏହି ଜଙ୍ଗଲର ବଡଭାଗ ନିଆଁରେ ପୋଡି ହୋଇଯାଇଥିବା କୁହାଯାଉଛି। ଅନ୍ୟପଟେ ଏତେବଡ଼ ଅଗ୍ନିକାଣ୍ଡ କେମିତି ଓ କିଭଳି ଘଟିଲା ତାହାକୁ ନେଇ ବନ ବିଭାଗର ତଦନ୍ତ ଜାରି ରହିଥିଲେ ମଧ୍ୟ ପ୍ରକୃତ ସତ୍ୟତା ଜଣାପଡ଼ି ନାହିଁ।
/sambad/media/post_attachments/wp-content/uploads/2021/03/4989eacc-a5eb-414e-83ca-a64d78b8c4c6-1024x470.jpg)
ଚଳିତ ମାସ ପ୍ରଥମ ସପ୍ତାହରୁ ଗ୍ରୀଷ୍ମର ପ୍ରଭାବ ବୃଦ୍ଧି ପାଇଥିବାରୁ ପଡିଆ ବ୍ଳକର ବିଭିନ୍ନ ପାହାଡ଼ ଓ ଜଙ୍ଗଲରେ ନିଆଁ ଲାଗୁଥିବା ଦେଖିବାକୁ ମିଳୁଛି । ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଛଲରେ ପ୍ରାୟ ସମୟରେ ଲୋକେ ମହୁଲ ଗୋଟାଇବା ପାଇଁ ଗଛ ତଳ ସଫା କରିବା ପାଇଁ ନିଆଁ ଲଗାଉଥିବା ବେଳେ କେତେକ ସ୍ଥାନରେ ଜମି ସଫା କରିବାକୁ ଲଗାଯାଇଥିବା ନିଆଁ ନିକଟସ୍ଥ ଜଙ୍ଗଲକୁ ପୋଡି ଧ୍ଵଂସ କରି ପକାଉଛି। ଏପରି ସ୍ଥିତିରେ ବନ ବିଭାଗ ପକ୍ଷରୁ କେତୋଟି ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରାଯାଇ ଦୋଷ ଦୂର କରାଯାଉଥିବା ଦେଖିବାକୁ ମିଳିଛି। ତୃଣମୂଳ ସ୍ତରରୁ ଦୃଷ୍ଟି ଦେବା ପାଇଁ ବନ ବିଭାଗ ତତ୍ପରତା ଦେଖାଇବା ସହ ବନ ସୁରକ୍ଷା ପାଇଁ ଗଠିତ କମିଟିର ସହଯୋଗରେ ତୁରନ୍ତ ନିଆଁ ଲାଗିଥିବା ଅଞ୍ଚଳର ଠାବ କରି ଲିଭା ଯିବାର ବ୍ୟବସ୍ଥା କରାଯିବା ନିହାତି ଆବଶ୍ୟକତା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/fire-in-jungle-19_Thumb.jpg)