ଦେଓଗାଁ/ତୁଷୁରା: ସରକାର ଗଛ ଲଗେଇ ବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁ ଥିବା ବେଳେ ବେଆଇନ ଭାବରେ ପଞ୍ଚାୟତ କାର୍ଯ୍ୟାଳୟର ଗଛ କାଟି ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ ମାଢେକେଲା ପଞ୍ଚାୟତର ସରପଞ୍ଚ ରଘୁମଣି ମହାନନ୍ଦଙ୍କୁ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଅଟକ ରଖିଛି ଦେଓଗାଁ ବନବିଭାଗ। ଦେଓଗାଁ ରେଞ୍ଜ ଅନ୍ତର୍ଗତ ଗୁଡ଼ଭେଳା ଫରେଷ୍ଟ ସେକ୍ସନର ମାଡ଼େକେଲା ପଂଚାୟତ ଅଫିସ ପରିସରରେ ଥିବା ମୂଲ୍ୟବାନ ଶାଗୁଆନ ଗଛ, କରଞ୍ଜ ଗଛ, ନିମ୍ବ ଗଛ ଆହୁରି ଅନେକ ପ୍ରଜାତିର ଗଛକୁ ବେଆଇନ ଭାବରେ କାଟି ଦେଇଛିନ୍ତି ପଞ୍ଚାୟତ କର୍ତ୍ତୃପକ୍ଷ। ବନ ବିଭାଗ ଖବର ପାଇ ଚଢ଼ଉ କରି କଟାଯାଇଥିବା ଗଛକୁ ଜବତ କରିଛି। ଯଦି ପାଞ୍ଚାୟତ ଠାରେ ଥିବା ଗଛକୁ କାଟିବାର ଥିଲା ତାହେଲେ ବିନା ଅନୁମତିରେ କାହିଁକି ଗଛ କାଟିଲେ ପଞ୍ଚାୟତ କର୍ତ୍ତୃପକ୍ଷ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି।
ମିଳିଥିବା ସୂଚନା ଅନୁସାରେ ଦୀର୍ଘ ବର୍ଷ ହେଲା ମାଢେକେଲା ପଞ୍ଚାୟତ ପରିସରରେ ଅନେକ ବଡ଼ ବଡ଼ ଗଛ ଥିଲା। ତା’ ଭିତରୁ ୧୭ଟି ଚାକୁଣ୍ଡା, ଶାଗୁଆନ, କରଞ୍ଜ ଓ ନିମ୍ବ ଗଛକୁ ସରପଞ୍ଚ କାଟି ଦେଇଥିବା ନେଇ ଅଭିଯୋଗ କରିଥିଲେ ଗାଁ ଲୋକେ। ଅଭିଯୋଗକୁ ଭିତ୍ତିକରି ଗୁଡଭେଲା ଜଙ୍ଗଲ ବିଭାଗଏଭଳି ପଦକ୍କିଷେପ ନେଇଛି। କିନ୍ତୁ ଚଢ଼ାଉ ହେବା ପୂର୍ବରୁ ସରପଞ୍ଚ ଶାଗୁଆନ ଗଛ ଗୁଡିକୁ ଅନ୍ୟତ୍ର ନେଇ ଲୁଚାଇ ଦେଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଏପଟେ ଘଟଣାକୁ ଚପା ବା ପାଇଁ ଉଦ୍ୟମ କରୁଛନ୍ତି ସରକାରୀ ବାବୁ ଓ ରାଜନେତା ବୋଲି ଚର୍ଚ୍ଚା ହେଉଛି। ଏହାକୁ ନେଇ ଦେଓଗାଁ ରେଞ୍ଜର ଆଲୋକ ମାଝୀଙ୍କୁ ପଚରିବାରୁ ସ୍ଥାନୀୟ ଫରେଷ୍ଟରଙ୍କ ଠାରୁ ବୁଝି ନିଅନ୍ତୁ ବୋଲି କହିଥିବା ବେଳେ ଫରେଷ୍ଟର ମୁଧୁସୂଦନ ଚାନ୍ଦ କାଠ ଜବତ ହୋଇଛି ମାମଲା ରୁଜୁ ହୋଇ ନାହିଁ ସରପଞ୍ଚ ଅଟଳ ରହିଛନ୍ତି ବୋଲି କହିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ମାଡେକେଲା ସରପଞ୍ଚ ଦେଓଗାଁ ରେଞ୍ଜ ଅଫିସରେ ଅଟକ ଅଛନ୍ତି।