ବନ ବିଭାଗର ଚଢାଉ, କରତ ଓ ୭୦ ସିପ୍ଟର କାଠ ଜବତ

ଆଠଗଡ:  ଆଠଗଡ଼ ଡି ଏଫ ଓ ଗୋପୀନାଥ ସୁଦର୍ଶନ ୟାଦବଙ୍କ ନିର୍ଦ୍ଦେଶ କ୍ରମେ ଆଜି ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ତିଗିରିଆ ଥାନା ଅନ୍ତର୍ଗତ ଯମୁନା ବନ୍ଧ ଠାରେ ଆଠଗଡ଼ ସଦର ଫରେଷ୍ଟ ରେଞ୍ଜ ପକ୍ଷରୁ ଚଢ଼ାଉ କରାଯାଇ ଆକାଶିଆ ପଟା, ଗୋଟିଏ ଆମ୍ବ ଲଗ ଓ କରତ ଜବତ କରାଯାଇଛି।

Sambad

ଜବତ କାଠ ୭୦ ସିପ୍ଟର ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ। ଆଠଗଡ଼ ସଦର ଫରେଷ୍ଟ ରେଞ୍ଜ ଅଫିସର ଆୟେଶା ଅଖତରୀ ନିଶାଙ୍କ ନେତ୍ଵତ୍ଵରେ ସଦର ଫରେଷ୍ଟର କୃଷ୍ଣଚନ୍ଦ୍ର ସ୍ବାଇଁ, ରାଜନଗର ଫରେଷ୍ଟର କୃଷ୍ଣଚନ୍ଦ୍ର ଦେହୁରୀ ପ୍ରମୁଖ ବନ ବିଭାଗ କର୍ମଚାରୀ ସାମିଲ ଥିଲେ।

ସମ୍ବନ୍ଧିତ ଖବର