ସିନାପାଲି : ନୂଆପଡା ଜିଲ୍ଲା ସିନାପାଲି ବ୍ଲକସ୍ଥିତ ଘୁଚାଗୁଡା ଗ୍ରାମ ପଞ୍ଚାୟତ ରେଙ୍ଗଟାପଡା ଗ୍ରାମଠାରେ ଏକ ଆମ୍ୱଗଛ ଉପରେ ଭାଲୁ ଚଢି ଯାଇଛି । ଆଜି ସକାଳୁ ସକାଳୁ ଗ୍ରାମବାସୀ ଗଛ ଉପରେ ଭାଲୁକୁ ଦେଖି ବନବିଭାଗକୁ ଖବର ଦେଇଥିଲେ ।
ଖବର ପାଇ ସିନାପାଲି ଫରେଷ୍ଟର ଖଗେଶ୍ୱର ମାଝିଙ୍କ ନେତୃତ୍ବରେ ଏକ ଟିମ ଘଟଣାସ୍ଥଳକୁ ପହଞ୍ଚି ଗଛ ଉପରେ ଥିବା ଭାଲୁକୁ ଉଦ୍ଧାର କରିବାକୁ ଚେ଼ଷ୍ଟା କରିଥିଲେ । କିନ୍ତୁ ସ୍ଥାନୀୟ ଲୋକଙ୍କ ଗହଳି ଓ କୋଳାହଳ ଯ଼ୋଗୁଁ ଗଛ ଉପରୁ ଭାଲୁଟି ଉଦ୍ଧାର ହୋଇପାରି ନାହିଁ । ପରେ ସିନାପାଲି ପୁଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ପହଞ୍ଚିଥିଲେ । ପୁଲିସ ପକ୍ଷରୁ ଗହଳି କରିଥିବା ଲୋକମାନଙ୍କୁ ଘଉଡେଇ ଦେଇଥିଲା ।
ଅଗ୍ନିଶମ ବିଭାଗ କର୍ମଚାରୀ ଗଛ ଉପରେ ଥିବା ଭାଲୁକୁ ଉଦ୍ଧାର କରିବାକୁ ଚେ଼ଷ୍ଟା କରିଥିବା ବେଳେ ଭାଲୁଟି ଉଦ୍ଧାର ହୋଇପାରିନାହିଁ । ଘଟଣା ସ୍ଥାନରେ ଉଭୟ ବିଭାଗର କର୍ମଚାରୀ ଜଗିରହିଛନ୍ତି। ଭାଲୁଟି ସକାଳ ୬ ଟାରୁ ଗଛ ଉପରେ ଚଢିଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ଉଦ୍ଧାର ହୋଇପାରିନଥିଲା। ଘଟଣା ସ୍ଥଳରେ ଖଡିଆଳ ବନଖଣ୍ଡ ଏସିଏଫ୍ ଜୟରାମ ଶବର ମଧ୍ୟ ସଦଳ ବଳେ ପହଞ୍ଚି ସେଠାରେ ଜଗି ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/WhatsApp-Image-2021-05-23-at-18.13.20.jpeg)