ଭଦ୍ରକ: ବେଆଇନ କରତକଳ ସହିତ ୨ ଲକ୍ଷ ଟଙ୍କାର କାଠ ଜବତ

ଭଦ୍ରକ: ଆଜି ଭଦ୍ରକ ବନବିଭାଗ ପକ୍ଷରୁ ଭଦ୍ରକ ସହରରେ ବେଆଇନ୍‌ ଭାବେ ଚାଲୁଥିବା ଏକ କରତକଳ ଉପରେ ଚଢ଼ାଉ କରାଯାଇଛି।  ଚଢ଼ାଉ ସମୟରେ ସେଠାରେ ଥିବା ପ୍ରାୟ ୨ ଲକ୍ଷ ଟଙ୍କା ମୂଲ୍ୟର କାଠ ଜବତ କରାଯାଇଥିବା ବେଳେ କରତ କଳର ମେସିନ ପ୍ରଭୃତିକୁ ମଧ୍ୟ ବନବିଭାଗ ଜବତ କରିଛି। ଏ ନେଇ ବନବିଭଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି।

ସମ୍ବନ୍ଧିତ ଖବର