ରାୟଗଡା: ରାୟଗଡା ସ୍ଥିତ ଆରଡି କଲୋନିରେ ବାସ କରୁଥିବା ପ୍ରଶାନ୍ତ ବେହେରାଙ୍କ ଘରେ ବୁଧବାର ରାତିରେ ଏକ ବିରଳ ପ୍ରଜାତିର କଇଁଛ ଘରେ ପସିଥିଲା। ପ୍ରଶାନ୍ତଙ୍କ ଝିଅ ଏହା ଦେଖି ପାଟି କରିବା ପରେ ପ୍ରଶାନ୍ତ ଏବଂ ତାଙ୍କ ପତ୍ନୀ ଦୌଡି ଆସି କଇଁଛକୁ ଉଦ୍ଧାର କରିଥିଲେ। ଦେଖୁ ଦେଖୁ ଆଉ ଏକ କଇଁଛ ମଧ୍ୟ ପ୍ରଶାନ୍ତ ଘରେ ପଶିଥିଲା। ପ୍ରଶାନ୍ତ ବନ ବିଭାଗକୁ ଏନେଇ ସୂଚନା ପ୍ରଦାନ କରିବା ପରେ ବନ ବିଭାଗର ଅଧିକାରୀ ପ୍ରଶାନ୍ତଙ୍କ ଘରେ ପହଞ୍ଚି କଇଁଛ ଦୁଇଟିକୁ ଉଦ୍ଧାର କରି ନଦୀରେ ଛାଡ଼ି ଦେଇଥିଲେ।

Advertisment

ତେବେ ସ୍ଥାନୀୟ ଲୋକେ କଇଁଛ ମାରି ଖାଇ ଦେଉଥିବାରୁ ପ୍ରଶାନ୍ତ ଏହି ଦୁଇ କଇଁଛର ଜୀବନ ବଞ୍ଚାଇବା ପାଇଁ ନିଜ ପାଖରେ ପାଣି କୁଣ୍ଡରେ ରଖି ପରେ ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ତେବେ ସାହିବାସିନ୍ଦା କଇଁଚକୁ ଲକ୍ଷ୍ମୀଙ୍କ ରୂପ ଭାବି ପୂଜାର୍ଚ୍ଚନା କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ତାଙ୍କ ଦେହରେ ସିନ୍ଦୂର ଚନ୍ଦନ ବୋଳା ଯାଇଥିଲା। କଇଁଛ ଯେପରି ପୁନଃ ନଦୀରେ ପହଞ୍ଚିଯିବେ ତାର ଦାୟିତ୍ବ ନିଜେ ପ୍ରଶାନ୍ତ ନେଇଥିଲେ। ପ୍ରଶାନ୍ତଙ୍କ ଏଭଳି ମାନବିକତାକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଥିଲେ।