ବାରିପଦା : ନୁଆବର୍ଷ ଆରମ୍ଭରୁ ବାରିପଦା ବନଖଣ୍ଡ ଅନ୍ତର୍ଗତ କପ୍ତିପଦା ରେଞ୍ଜ୍ ଶାରୀଶୁଆ ସେକ୍ସନ୍ ଶୁକୁଆପଡ଼ା ସଂରକ୍ଷିତ ଜଙ୍ଗଲରେ ଦନ୍ତାହାତୀ ଶିକାର ଘଟଣାରେ ଦୁଇ ବନକର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଶାରୀଶୁଆ ଫରେଷ୍ଟର୍ ଚିନ୍ତାମଣି ମହାପାତ୍ର ଏବଂ ଫରେଷ୍ଟଗାର୍ଡ ପ୍ରମିଳା ସେଣଙ୍କୁ ଦାୟିତ୍ବ ଅବହେଳା ନିମନ୍ତେ ଡିଏଫ୍ଓ ସନ୍ତୋଷ କୁମାର ଯୋଶୀ ନିଲମ୍ବିତ କରିଛନ୍ତି ।
ଉଲ୍ଲେଖଯୋଗ୍ୟଯେ ଶିକାରୀମାନେ ଶୁକୁଆପଡ଼ା ସଂରକ୍ଷିତ ଜଙ୍ଗଲରେ ପ୍ରାୟ ୨୦ବର୍ଷ ବୟସ୍କ ଏକ ଦନ୍ତାହାତୀ ଶିକାର କରିଥିଲେ। ଗୁଳିମାଡ଼ କରି ଦନ୍ତାହାତୀକୁ ମାରିବା ପରେ ନୃଶଂସ ଭାବେ ମୁଣ୍ଡ ଏବଂ ଦାନ୍ତ କାଟିନେଇଯାଇଥିବା ଗୁରୁବାର ଦିନ ଜଣାପଡ଼ିଥିଲା। ଏହି ଘଟଣାରେ ଦାୟିତ୍ବରେ ଅବହେଳା କରିଥିବା ଦର୍ଶାଇ ରେଞ୍ଜର ମହେଶ୍ବର ସିଂଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଉଲ୍ଲେଖଯୋଗ୍ୟଯେ ବନବିଭାଗର ପାଟ୍ରୋଲିଂ ଅଭାବରୁ ବାଲେଶ୍ବରର କୁଲଡ଼ିହା, କେନ୍ଦୁଝରର ହଦଗଡ଼ ଏବଂ ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟ ସୀମାବର୍ତ୍ତୀ ଏହିସବୁ ଦୁର୍ଗମ ଅଞ୍ଚଳରେ ଶିକାରୀମାନଙ୍କର ଉପସ୍ଥିତି ବେଶ ପ୍ରଭାବଶାଳୀ ହେବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/elephant-6.jpg)