ବାସୁଦେବପୁର: ଘରୋଇ ସାମଗ୍ରୀ ଉପରେ ୪୫ ପ୍ରତିଶତ ରିହାତିର ଲୋଭ ଦେଖାଇ ତିନି କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଗଲେ ଦୋକାନୀ

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରୋଡ ଦୁର୍ଗା ଅର୍ଡର ସପ୍ଲାୟର ନାମକ ଏକ ଘରୋଇ ସାମଗ୍ରୀ ଦୋକାନର ମାଲିକ ଗ୍ରାହକଙ୍କ ଠାରୁ ତିନି କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଶନିବାର ସକାଳେ କିଛି ଗ୍ରାହକ ଜିନିଷ ନେବାପାଇଁ ଆସି ଦେଖିବା ବେଳକୁ ଏହି ଦୋକାନରେ ତାଲା ଝୁଲୁଥିଲା। ଏହାକୁ ନେଇ ଲୋକମାନଙ୍କର ମଧ୍ୟରେ ଚାପା ଉତ୍ତେଜନା ଦେଖାଦେଇଛି।

ସୂଚନା ଅନୁଯାୟୀ, ଦୁର୍ଗା ଅର୍ଡର ସପ୍ଲାୟର ନାମକ ଏକ ଘରୋଇ ଉପକରଣ ସାମଗ୍ରୀ ଦୋକାନର ମାଲିକ ଓଡ଼ିଶା ବାହାର ଲୋକ । ସେ ଫ୍ରିଜ୍‌ ,ସୋଫା, ଡ୍ରେସିଂ ଟେବୁଲ, ପଲଙ୍କ ଆଦି ବିକ୍ରି କରନ୍ତି। ତେବେ ଏସବୁ ସାମଗ୍ରୀ କ୍ରୟ ଉପରେ ଗ୍ରାହକଙ୍କୁ ୪୫ ପ୍ରତିଶତ ରିହାତିର ଘୋଷଣା କରିଥିଲେ। କିନ୍ତୁ ଏଥିପାଇଁ ଗ୍ରାହକଙ୍କୁ ଜିନିଷ ନେବାର ୧୨ଦିନ ପୂର୍ବରୁ ଟଙ୍କା ପୈଠ କରିବାର ସେ ସର୍ତ୍ତ ରଖିଥିଲେ। ତେବେ ଯେଉଁ ଗ୍ରାହକମାନେ ଫ୍ରିଜ୍‌ ,ସୋଫା, ଡ୍ରେସିଂ ଟେବୁଲ, ପଲଙ୍କ ଆଦି କ୍ରୟ କରିବାର ଯୋଜନା ରଖିଥିଲେ ସେମାନେ ଦେକାନୀଙ୍କ ସର୍ତ୍ତ ଅନୁଯାୟୀ ସାମଗ୍ରୀ କିଣିବାର ୧୨ଦିନ ପୂର୍ବରୁ ଟଙ୍କା ପୈଠ କରି ଦେଇଥିଲେ। ଏହି ଉପାୟରେ ମାଲିକ ଗ୍ରାହକଙ୍କ ଠାରୁ ୩କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରାଫେରି କରି ଫେରାର ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର