୧୦ ମାସ ପରେ ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟର ପୂର୍ବତନ ସିଏଫଓ ଗିରଫ

ଜଟଣୀ : ସେଂଚୁିଆରନ୍ ବିଶ୍ୱବିଦ୍ୟାଳୟରେ ୧ କୋଟି ଟଙ୍କାରୁ ଉଦ୍ଧ୍ୱର୍ ଅର୍ଥ ହେରଫେର କରି ଫେରାର୍ ଥିବା ବିଶ୍ୱବିଦ୍ୟାଳୟର ପୂର୍ବତନ ମୁଖ୍ୟ ଅର୍ଥ ଅଧିକାରୀ (ସିଏଫ୍ଓ) ହିମାଂଶୁ ଶେଖର କବିକୁ ଗତକାଲି ଗିରଫ କରିବା ପରେ ଆଜି ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି ।

ଜଟଣୀ ଥାନା ପକ୍ଷରୁ ମିଳିଥିବା ସୂଚନାନୁସାରେ, ବିଶ୍ୱବିଦ୍ୟାଳୟର ମାନବସମ୍ବଳ ବିଭାଗର ବରିଷ୍ଠ ପରିଚାଳକ ଚିତ୍ତରଂଜନ ପଟ୍ଟନାୟକ ଚଳିତ ବର୍ଷ ଜାନୁଆରୀ ୮ ତାରିଖରେ ଜଟଣୀ ଥାନାରେ ଏତଲା ଦେଇଥିଲେ । ଏତଲା ଅନୁସାରେ ବିଶ୍ୱବିଦ୍ୟାଳୟର ସିଏଫ୍ଓ ହିମାଂଶୁ ଶେଖର ୧ କୋଟି ୩ ଲକ୍ଷ ୨୫ ହଜାର ୬୩୩ ଟଙ୍କା ବେଆଇନ ଭାବେ ଶ୍ରୀ ଭେଣ୍ଡର, ସାଇ ସାନୁ ଇଂଟରପ୍ରାଇଜେସ୍ ଓ ଏସ୍ଏସ୍ ଇଂଟରପ୍ରାଇଜେସର ଆକାଉଣ୍ଟକୁ ପଠାଇଥିଲେ । ଏହି ତିନିଟି କମ୍ପାନୀ ବିଶ୍ୱବିଦ୍ୟାଳୟ ସହ କୌଣସି ପ୍ରକାର ଜଡ଼ିତ ନଥିଲେ କିମ୍ବା ବିଶ୍ୱବିଦ୍ୟାଳୟର ଜଟଣୀ କିମ୍ବା ବିଜୟନଗରମ କ୍ୟାମ୍ପସରେ କୌଣସି କାମ କରିନଥିଲେ । ଅଭିଯୋଗ ଭିତ୍ତିରେ ପୁଲିସ ଦଫା ୪୨୦, ୪୦୮, ୪୬୫, ୪୬୮, ୪୭୧ ଓ ଆଇଟି ଆଇନର ୬୬ ଧାରାରେ ୧୭/୨୦୨୧ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ଜାନୁଆରୀ ୨୩ ତାରିଖରେ ପୁଲିସ ସମ୍ପୃକ୍ତ କମ୍ପାନୀର ୩ଜଣ ମାଲିକ ଅମିତ କୁମାର ମଲିକ, ନଳୀନାକ୍ଷ ନାୟକ ଓ ସୁଜିତ ରଂଜନ ଘଡ଼େଇଙ୍କୁ ଗିରଫ କରିଥିଲା । ତେବେ ଜାଲିଆତିର ପ୍ରମୁଖ ଅଭିଯୁକ୍ତ ହିମାଂଶୁ ଶେଖର ସେହିଦିନ ଠାରୁ ଫେରାର୍ ଥିଲା । ଶେଷରେ ଗତକାଲି ତାକୁ ଗିରଫ କରାଯାଇଥିଲା । ମାଂଶୁଙ୍କ ଠାରୁ ଗୋଟିଏ ହୋଣ୍ଡା ଆଇ ୨୦ କାର୍(ଟିଏନ୍ ୧୦ଏଏଫ୍ ୩୦୧୦), ଏକ ଏଚପି ଲ୍ୟାପଟପ ଓ ଗୋଟିଏ ମୋବାଇଲ୍ ଫୋନ ଜବତ କରାଯାଇଛି ।

ସମ୍ବନ୍ଧିତ ଖବର