କାନ୍ଥ ପଡି ଜଣେ ଚାଷୀଙ୍କର ମୃତ୍ୟୁ

ରାଉରକେଲା : କାଳ ବୈଶାଖୀର ତଣ୍ଡବ l ବର୍ଷା ପବନରେ ଭୁଷୁଡ଼ିଲା ଝୁପୁଡି ଘର l କାନ୍ଥ ପଡି ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି l ଆଜି ଅପରାହ୍ନ ସାଢେ ୧୨ ଟାରେ ଏମିତି ଅଭାବନୀୟ ଘଟଣା ଘଟିଛି କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଅଣ୍ଡାଳି ଜାମବାହାଲ ପଞ୍ଚାୟତର ବଡମାଲ ଗ୍ରାମରେ l ମୃତକ ଜଣ ହେଲେ ଥେଧର ଟପ୍ପୋ ( ୪୫ ) । ବର୍ଷା ପାଣି ଘରକୁ ପଶୁଥିବାରୁ ସେ ଘର ଦ୍ୱାର ଆଗରେ ମାଟିବନ୍ଧ ବାନ୍ଧୁଥିଲେ l ତାଙ୍କ ପୁଅ ସେଠାରେ ଛିଡା ହୋଇଥିଲେ l ହଠାତ ଘଡ଼ଘଡି ମାରିବାରୁ ଥେଧର ଘର ଭିତରକୁ ପଶି ଯାଇଥିଲେ l ଭିତରକୁ ପଶିବା କ୍ଷଣି ଘର ଭୁଷୁଡ଼ି ପଡିଥିଲା l ସେ ମାଟି ଭିତରେ ପୋତି ହୋଇଯାଇଥିଲେ l ଗୁରୁତର ଅବସ୍ଥାରେ ପରିବାର ଲୋକେ କୁଆଁରମୁଣ୍ଡା ଡାକ୍ତରଖାନାକୁ ନେଇଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l କୁଆଁରମୁଣ୍ଡା ଫାଣ୍ଡି ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି l

ସମ୍ବନ୍ଧିତ ଖବର