ଭୁବନେଶ୍ବର : ରାଜ୍ୟ ସରକାରଙ୍କ ବସୁନ୍ଧରା ଯୋଜନାରେ ହୋଇଥିବା ଦୁର୍ନୀତି ମାମଲାରେ କୁଜଙ୍ଗର ପୂର୍ବତନ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କ ସମେତ ୪ ଜଣ ଆରଆଇ ଗିରଫ ହୋଇଛନ୍ତି । ସେମାନଙ୍କୁ ଆଜି ଭିଜିଲାନ୍ସ ବିଭାଗ ଗିରଫ କରିଛି ।

Advertisment

ଏହି ଦୁର୍ନୀତି ମାମଲାରେ ଆଜି ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର, କଟକ, ଭଦ୍ରକ ଓ ଜଗତସିଂହପୁରର ୯ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା । ଅପରାଧିକ ଯୋଜନା, ଅନିୟମିତତା, ଜାଲିଆତି ଏବଂ ଅପରାଧିକ ଷଡଯନ୍ତ୍ର କରି ବ୍ୟାପକ ଠକେଇ ଅଭିଯୋଗରେ ଚଢ଼ାଉ କରାଯାଇଥିଲା । ଚଞ୍ଚକତା କରି ସରକାରୀ ଅଫିସରମାନେ ଅଯୋଗ୍ୟଙ୍କ ହାତକୁ ମୂଲ୍ୟବାନ ଜମି ଟେକି ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଚଢଉ ପୂର୍ବତନ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ଜଗତସିଂହପୁର ପୂର୍ବତନ ଉପ ଜିଲ୍ଲପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ଝିମାଣୀ ସର୍କଲ ପୂର୍ବତନ ଆରଆଇ ସନ୍ତୋଷ କୁମାର ମଲ୍ଲିକ, ପାରାଦୀପ ଗଡ଼ ପୂର୍ବତନ ଆରଆଇ ନରେନ୍ଦ୍ର କୁମାର ଲେଙ୍କା, କୁଜଙ୍ଗ ଆରଆଇ ସୁବାସ ଚନ୍ଦ୍ର ଦାସ, ପଣ୍ଡ୍ରୁା ସର୍କଲ ଆରଆଇ ଜ୍ୟୋତି ଭୂଷଣ ବାରିକଙ୍କ ଘରେ ହୋଇଥିଲା ।