ଦେଓଗାଁ: ଜାଲିଆତି କରି ଟଙ୍କା ଠକେଇ ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଉପରଝର ପଞ୍ଚାୟତ ରେଙ୍ଗାଲି ଗାଁର ପୂର୍ବ ପେକ୍ସ ସଭାପତି ପଞ୍ଚାନନ ପ୍ରଧାନ ଗିରଫ ହୋଇଛନ୍ତି। ସେ ପେକ୍ସର ସଭାପତି ଥିବା ସମୟରେ ବିଭିନ୍ନ ଜାଲିଆତି କରି ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏହା ଜଣାପଡ଼ିବା ପରେ ତାଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଥିଲା।

Advertisment

ଏନେଇ ଦେଓଗାଁ ଥାନାରେ ନଂ ୨୬୭/୨୦୨୨ରେ ଏକ ମାମଲା ରୁଜୁକରି ତଦନ୍ତ କରୁଥିଲା। ଶନିବାର ତାଙ୍କୁ ଆଇଆଇସି ତାରାବତୀ ପ୍ରଧାନ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।