ବେଲଟୁକୁରୀର ପୂର୍ବ ସରପଞ୍ଚ ଗିରଫ

ବେଲଟୁକୁରୀ ଓ ଭାଲେଶ୍ୱର ପଞ୍ଚାୟତରେ ଅନିୟମିତତା ଅଭିଯୋଗ

ନୂଆପଡ଼ା: ସଦର ବ୍ଲକ ଅନ୍ତର୍ଗତ ଭାଲେଶ୍ୱର ଓ ବେଲଟୁକରି ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାଯ୍ୟର୍ରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ପରେ ଗତ ୬ତାରିଖରେ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ନିର୍ଦ୍ଦେଶରେ ନୂଆପଡ଼ା ବିଡିଓ ସୁନିଲ କେର୍କେଟା ବେଲଟୁକୁରୀ ଥାନାରେ ଏତଲା ଦାୟର କରିଥିଲେ। ପୁଲିସ କେଶ ନଂ ୧୦୧ ଧାରା ୪୦୯,୪୦୬ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ପୁଲିସ ଗୁରୁବାର ବେଲଟୁକରୀ ପଞ୍ଚାୟତର ପୂର୍ବ ସରପଞ୍ଚ ଜୟପ୍ରକାଶ ସତନାମୀଙ୍କୁ ତାଙ୍କ ଗାଁ ନେଗିପାଲିରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳଟୁକରୀ ଥାନା ଅଧିକାରୀ ସୁଧୀର ସାହୁ ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ଜିଲ୍ଲାପାଳ ପୂର୍ବରୁ ତତ୍‌କାଳୀନ ଇଓଙ୍କୁ ମଧ୍ୟ ନିଲମ୍ବିତ କରିଥିଲେ। ନୂଆ ଇଓ ଦାୟିତ୍ୱ ନେଇଥିଲେ ସୁଦ୍ଧା ତତ୍‌କାଳୀନ ଇଓ ନୂଆ ଇଓଙ୍କୁ କୌଣସି ଦାୟିତ୍ୱ ହସ୍ତାନ୍ତର କରିନାହାନ୍ତି।
ବିଡିଓଙ୍କ ଦେଇଥିବା ଏତଲା ମୁତାବକ ନୂଆପଡା ବ୍ଲକ ଅଧୀନରେ ଥିବା ସମସ୍ତ ସରପଞ୍ଚ ଓ ଇଓଙ୍କୁ ବିଡିଓଙ୍କ ବିନା କାଉଣ୍ଟର ସାଇନରେ କୌଣସି ଟଙ୍କା ନ ଉଠାଇବା ପାଇଁ କୁହାଯାଇଥିଲା। କିନ୍ତୁ ୨୦୧୫-୧୬-୧୭-୧୮ ଆର୍ଥକ ବର୍ଷରେ ବେଲଟୁକୁରୀ ଏବଂ ଭାଲେଶ୍ୱର ପଞ୍ଚାୟତର ୪ର୍ଥ ଏସଫସି ଓ ୧୪ସିଏଫସି ଗ୍ରାଣ୍ଡରେ ଭାଲେଶ୍ୱର ପଞ୍ଚାୟତର ୩୯, ୮୧, ୦୦୦ ଟଙ୍କା ଏବଂ ବେଲଟୁକୁରୀ ପଞ୍ଚାୟତର ୪୬, ୫୫, ୯୦୦ଟଙ୍କା ଆକାଉଣ୍ଟର ପଞ୍ଚାୟତ ଆକାଉଣ୍ଟରୁ ବିଡିଓଙ୍କ ବିନା କାଉଣ୍ଟର ସାଇନରେ ଉଠାଣ ହୋଇଛି। ଭାଲେଶ୍ୱର ଏବଂ ବେଲଟୁକୁରୀ ପଞ୍ଚାୟତ ଭେରିଫିିକେସନ ପାଇଁ କୌଣସି ରେକର୍ଡ ଜିପିଇଓ ବା ଆକାଉଣ୍ଟ ଅଫିର ନିକଟରେ ଦେବା ପାଇଁ ଜୁନ ୨୦୧୬ରୁ ଅସମର୍ଥ ହୋଇଥିଲେ। ତାଙ୍କୁ ବାରମ୍ବାର କାରଣ ଦର୍ଶାଅ ନୋଟିସ ମଧ୍ୟ ପିଡି ପିଆରଡିଏ ଏବଂ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ମାଧ୍ୟମରେ ଦିଆଯାଇଥିଲା। ପରେ ପୁଣି ବେଲଟୁକରୀ ପଞ୍ଚାୟତର ସରପଞ୍ଚ ଇଓଙ୍କୁ ପାସବୁକ, କେଶ ରେକର୍ଡ, ଚେକ ରେଜିଷ୍ଟର, ଭାଉଚର ଗାର୍ଡ ୧୩ସିଏଫସି, ୧୪ସିଏଫସି, ଏସଏଫସି ସିକ୍ମର ଭେରିଫିକେସନ ପାଇଁ ମଗାଯାଇଥିଲା। ସରପଞ୍ଚ ଏବଂ ଇଓ ଦେଇ ନଥିଲେ। ତେବେ ବଡ଼ ରକମର ଟଙ୍କା ହେରଫେର୍‌ ହୋଇଥିବା ଜଣାପଡ଼ିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏତଲା ଦିଆଯାଇଥିଲା। ଏଥିରେ ବେଲଟୁକରୀ ଓ ଭାଲେଶ୍ୱର ପଞ୍ଚାୟତର ତତ୍‌କାଳୀନ ପିଇଓ, ଭାଲେଶ୍ୱର ପୂର୍ବ ସରପଞ୍ଚ, ବେଲଟୁକୁରୀର ପୂର୍ବ ସରପଞ୍ଚ ଓ ବର୍ତ୍ତମାନର ସରପଞ୍ଚ ସାମିଲ ଥିବା ଦର୍ଶାଇଥିଲେ। ତେବେ ଏହି ଘୋଟଲାରେ କିଛି ବ୍ୟାଙ୍କ ଅଧିକାରୀ ଓ ବିଜେଡି ନେତାଙ୍କ ସଂପୃକ୍ତି ଥିବା ଏବେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର