ରାଉରକେଲା : ଉତ୍କଳ ସମ୍ମିଳନୀର ପ୍ରାକ୍ତନ ରାଜ୍ୟ ସଭାପତି, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ପ୍ରେମୀ ଡାଃ ଭାବଗ୍ରାହୀ ମହାପାତ୍ରଙ୍କ ଆଜି ପରଲୋକ ହୋଇଯାଇଛି। ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ତାଙ୍କର ବିୟୋଗରେ ସହର ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ, ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କୀ ପ୍ରମୁଖ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ସ୍ବର୍ଗତ ମହାପାତ୍ରଙ୍କ ଅକାଳ ବିୟୋଗ ଓଡ଼ିଆ ଭାଷା ଆନ୍ଦୋଳନ ପାଇଁ ଅପୂରଣୀୟ କ୍ଷତି। ରାଉରକେଲାର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ସେ ପରୋକ୍ଷ ପ୍ରତ୍ୟକ୍ଷ ଭାବେ ଜଡିତ ଥିଲେ ବୋଲି କହିଛନ୍ତି। ଉତ୍କଳ ସମ୍ମିଳନୀର ସଭାପତି ସୁଦାମ ଦାଶ, ସାଧାରଣ ସମ୍ପାଦକ ଅକ୍ଷୟ ଦାସ, ଚିତ୍ତରଞ୍ଜନ ଦାସ, ଡା. କିଶୋରୀ ଦାସ, ତପସ୍ବନୀ ବହିଦାର ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ଉତ୍କଳ ସମ୍ମିଳନୀରେ ଜରିଆରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ଦିଗରେ ସ୍ବର୍ଗତ ମହାପାତ୍ରଙ୍କ ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ ଥିଲା ବୋଲି କହିଛନ୍ତି। ଏଭଳି ଦୁଃଖଦ ସମୟରେ ଭଗବାନ ତାଙ୍କ ପରିବାରକୁ ଅସୀମ ଧୈଯ୍ୟ ଓ ଶକ୍ତି ଦିଅନ୍ତୁ ବୋଲି କହିଛନ୍ତି।
ଉତ୍କଳ ସମ୍ମିଳନୀର ପୂର୍ବତନ ରାଜ୍ୟ ସଭାପତି ଡାଃ ଭାବଗ୍ରାହୀଙ୍କ ପରଲୋକ
/sambad/media/post_attachments/wp-content/uploads/2021/05/9b8a4f64-5798-4945-84b0-c95ddae89dfc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)