ରାଇରଙ୍ଗପୁର: ଫସଲ ଖାଉଛି ବାଡ଼। ରାଜ୍ୟ ସରକାର ନିକଟରେ ଘୋଷଣା କରିଛନ୍ତି ସରକାରୀ ଜମି ଦଖଲକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ସହ ବେଦଖଲ କରାଯିବ। ସରକାରଙ୍କ ଏହି ନିର୍ଦ୍ଦେଶକୁ ଭୃକ୍ଷେପ କରୁ ନାହାନ୍ତି ସରକାରୀ କର୍ମଚାରୀ ।
ସୂଚନାଯୋଗ୍ୟ ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ୟାଳୟର ଜଣେ କାର୍ଯ୍ୟରତ ବନ ବିଭାଗ କର୍ମଚାରୀ ହଳଦା ପଞ୍ଚାୟତର ବଡ଼ବାଇକଳା ଗ୍ରାମର ସଂରକ୍ଷିତ ଜଙ୍ଗଲ ଜମିକୁ କିଛି ବର୍ଷ ହେଲା ଜଵରଦଖଲ କରି ରଖିଛନ୍ତି। ଜଙ୍ଗଲ ଜମିକୁ ସବୁଜିମା କରିବା ପାଇଁ ଗ୍ରାମବାସୀ ଅଣ୍ଟା ଭିଡିଛନ୍ତି। ସେଥିପାଇଁ ସେମାନେ ସେହି ଜମିରେ ଗ୍ରାମବାସୀ ବିଭିନ୍ନ କିସମର ଗଛ, ଔଷଧୀୟ ଗଛ ଲଗାଇ ଥିଲେ।
ଜବରଦଖଲକାରୀ ବନ ବିଭାଗ କର୍ମଚାରୀ ସେହି ଗଛ ଗୁଡ଼ିକୁ ବଳପୂର୍ବକ ଉପାଡ଼ି ଦେଇଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ଲଗାଇ ଥିବା ଗଛ ଜଗିବା, ରକ୍ଷଣାବେକ୍ଷଣ ପାଇଁ ଗୋଟିଏ ଅସ୍ଥାୟୀ ପଲିଥିନ ମରା ଆବାସ କରିଥିଲେ ତାକୁ ମଧ୍ୟ ନିଆଁ ଲଗାଇ ପୋଡି ଦେଇଥିବା ଅଭିଯୋଗ ଗ୍ରାମବାସୀ କହୁଛନ୍ତି। ଜଣେ ବନ ବିଭାଗ କର୍ମଚାରୀଙ୍କ ଏତାଦୃଶ କାର୍ଯ୍ଯାକଳାପ ନେଇ ଗ୍ରାମବାସୀ ମାନେ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ, ରାଇରଙ୍ଗପୁର ଉପଜିଲ୍ଲାପାଳ, ତହସିଲଦାର, ରାଇରଙ୍ଗପୁର ଟାଉନ୍ ଥାନାଧିକାରୀଙ୍କୁ ସାକ୍ଷାତକାର ଲିଖିତ ଅଭିଯୋଗ ପ୍ରଦାନ କରିବା ସହ ତୁରନ୍ତ ସଠିକ୍ ତଦନ୍ତ କରି ଜବରଦାଖଲକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଜଙ୍ଗଲ ବିଭାଗର କର୍ମଚାରୀ ଏବଂ ସରକାରୀ କର୍ମଚାରୀ ଯଦି ଏଭଳି ଅନୈତିକ କାର୍ଯ୍ଯ କରିବେ ତାହାହେଲେ ସାଧାରଣ ଲୋକ କ'ଣ କରିବେ ? ତେଣୁ ସେମାନଙ୍କୁ ନ୍ୟାୟ ଦିଆଯାଉ ବୋଲି ଦାବି ହେଉଛି। ଦାବୀ ପତ୍ର ପ୍ରଦାନ ସମୟରେ ଗ୍ରାମର ଈଶ୍ୱର ଚନ୍ଦ୍ର ମହାନ୍ତ, ଦିଲ୍ଲୀପ କୁମାର ମହାନ୍ତ, ସଞ୍ଜୀବ ଗୋପାଲ, ଚାନ୍ଦୁ ସର୍ଦ୍ଦାର, ସମ୍ବରା ମାଝୀ, ସୀତା ବିନ୍ଧାଣୀ, ଦୀପା ପାତ୍ର, ଡିବି ନାଏକଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। ତେବେ ଏନେଇ ଜୈନକ ବନ କର୍ମଚାରୀଙ୍କ ନାମରେ ଟାଉନ୍ ଥାନାରେ ଏକ ମାମଲା ରୁଜୁ କରି ପୋଲିସ୍ ଘଟଣାର ମୁଖ୍ୟ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/IMG-20240814-WA0000-1.jpg)