ହରିଚନ୍ଦନପୁର: ହରିଚନ୍ଦନପୁର ହାଇସ୍କୁଲର ୬୬ତମ ପ୍ରତିଷ୍ଠା ଦିବସ ଓ ପୂଜ୍ୟପୂଜା ଉତ୍ସବ ପାଳିତ ହୋଇଛି। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପ୍ରଥମେ ଦିବଂଗତ ପ୍ରତିଷ୍ଠାତା ସଦସ୍ୟ ଆତ୍ମାର ସଦ୍‌ଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। ବିଇଓ ଚିନ୍ମୟ କୁମାର ରାଉତ, ଲକ୍ଷ୍ମୀପୂଜା କମିଟିର ସଭାପତି ବସନ୍ତ କୁମାର ପୃଷ୍ଟି, ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ମହାନ୍ତି, ଚିନ୍ତାମଣି ସାହୁ, ଗଣନାଥ ସାହୁ, ପୁରାତନ ଛାତ୍ର ସଂସଦ ସଭାପତି ଶରତ ଚନ୍ଦ୍ର ବିଶ୍ଵାଳ, ସମ୍ପାଦକ ବସନ୍ତ କୁମାର ସାହୁ, ଉପସଭାପତି ଚାରୁଚନ୍ଦ୍ର ସାହୁ, ଧ୍ରୁବଚରଣ ସାହୁ, ସହସମ୍ପାଦକ ରାଧାକାନ୍ତ ମହାନ୍ତ, ସଞ୍ଜୟ ପ୍ରସାଦ, ଅଜୟ କୁମାର ବେଜ, ଆନନ୍ଦ ଚନ୍ଦ୍ର ସାହୁ, ଭ୍ରମରବର ସାହୁ, ବିଦ୍ୟାଧର ସାହୁ, ବନମାଳୀ ବେଜ, ସୁରଥ ଚନ୍ଦ୍ର ସାହୁ, ଶଙ୍କର ମୁଣ୍ଡା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରଘୁନାଥ ମହାରଣା, ଶ୍ରୀପତି କୁମାର ସାହୁ, ନିଶିକାନ୍ତ ମହାପତ୍ର, ନରହରି ମହାନ୍ତ ବର୍ମା, ଧ୍ରୁବାନନ୍ଦ ରାଉତ, ସୁରେନ୍ଦ୍ର ଦାସ  ଅତିଥି ଭାବେ ଯୋଗଦେଇଥିଲେ।

Advertisment

ପ୍ରଧାନଶିକ୍ଷକ ଭାସ୍କର ଚନ୍ଦ୍ର ମହାନ୍ତ ଅତିଥ ପରିଚୟ ପ୍ରଦାନ ଓ ବାଳିକା ହାଇସ୍କୁଲର ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ସେଠୀ ସଭା ପରିଚାଳନା କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ,ପରିଚାଳନା କମିଟିର ସଦସ୍ୟ ଓ ପ୍ରତିଷ୍ଠାତା ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶିକ୍ଷକ ଗଙ୍ଗାଧର ମାଝୀ, ସରସିବାଳା ଦେହୁରୀ, ଭାରତୀ ସାହୁ, ପୁରୁଷୋତ୍ତମ ଓଝା, ଜଗାକାଳିଆ ଦାସ, ସତ୍ୟାନନ୍ଦ ନାଏକ, ଅଜିତ କୁମାର ନାଏକ, ବୁଦ୍ଧଦେବ ସାହୁ, ଲକ୍ଷ୍ମୀଧର ମହାନ୍ତ, ପଦ୍ମନାଭ ବିଶ୍ଵାଳ, ବସନ୍ତ କୁମାର ନାଏକ, ଗୋପବନ୍ଧୁ ସାହୁ, ସହଦେବ ନାଏକ, ଦେବପ୍ରିୟ ମହାନ୍ତ ସହଯୋଗ କରିଥିଲେ।