ଗୋଦାବରୀଶ ମହାପାତ୍ରଙ୍କ ସ୍ଥାପିତ ‘କୁମାର ପାଠାଗାର’ର ୧୧୦ତମ ପ୍ରତିଷ୍ଠା ଦିବସ ପାଳିତ 

କୁମାରାଙ୍ଗ: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କୁମାରାଙ୍ଗ ଶାସନରେ ‘ନିଆଁଖୁଣ୍ଟା’ର ସଂପାଦକ ଗୋଦାବରୀଶ ମହାପାତ୍ରଙ୍କ ଦ୍ୱାରା ୧୯୧୨ ମସିହାରେ ସ୍ଥାପିତ ‘କୁମାର ପାଠାଗାର’ର ୧୧୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏହି ଅବସରରେ ଲୋକପ୍ରିୟ ବ୍ୟଙ୍ଗ ସାହିତ୍ୟିକ ସତ୍ୟନାଶ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଅନ୍ୟ ଅତିଥିଗଣଙ୍କ ସହିତ କୁମାର ପାଠାଗାରର ବାର୍ଷିକ ମୁଖପତ୍ର ‘କୁମାର’ର ୨୦୨୧ ସଂସ୍କରଣ ଉନ୍ମୋଚନ କରିଥିଲେ।

ଗ୍ରାମର ଯୁବକ ଯୁବତୀମାନେ ଗୋଦାବରୀଶ ମହାପାତ୍ରଙ୍କ କାଳଜୟୀ  ରଚନା ଉଠ କଙ୍କାଳ .. ଛିଡୁ ଶୃଙ୍ଖଳ .. ଗାୟନ କରିବା ସହ ବୈଠକର ଶୁଭାରମ୍ଭ ହୋଇଥିଲା।  ଏହି ଅବସରରେ ଗ୍ରାମରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ କ୍ରୀଡା ପ୍ରତିଯୋଗିତାର ବିଜେତା ମାନଙ୍କୁ ପୁରସ୍କୃତ କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ୧୯୧୨ ମସିହାରେ କୁମାରାଙ୍ଗ ଶାସନ ଗ୍ରାମର ଦୁଇ ଜଣ ଦୁରଦ୍ରଷ୍ଟା ମହାପୁରୁଷ ସ୍ୱର୍ଗତ ଗୋଦାବରୀଶ ମହାପାତ୍ର (ନିଆଁଖୁଣ୍ଟା) ଓ ସ୍ୱର୍ଗତ ଜଗନ୍ନାଥ ମହାପାତ୍ର ଗାଁ ପିଲାମାନଙ୍କର ବୌଦ୍ଧିକ ବିକାଶ ପାଇଁ ନିଜ ଛାତ୍ର ଜୀବନରେ ଏହି ପାଠାଗାରର ସ୍ଥାପନା କରିଥିଲେ।

ସମ୍ବନ୍ଧିତ ଖବର