ଟାଙ୍ଗରପାଲି: ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବକର ପ୍ରତିଷ୍ଠା ଦିବସ ସ୍ଥାନୀୟ ଆଞ୍ଚଳିକ ସାଧନକେନ୍ଦ୍ରଠାରେ ଆୟୋଜିତ ହୋଇଯାଇଛି। ଆଭାସୀ ମାଧ୍ୟମରେ ମୁଖ୍ୟ ଅତିଥି ସେବକର ପ୍ରତିଷ୍ଠାତା ଗୋପାଳ ଚନ୍ଦ୍ର ଓଝା, ଉପଦେଷ୍ଟା ଜ୍ଞାନରଞ୍ଜନ ଷଡ଼ଙ୍ଗୀ ସମାଜର ପଛୁଆବର୍ଗ, ଅବହେଳିତ, ନିଷ୍ପେଷିତ, ଗରିବ ଆଦିବାସୀଙ୍କ ବିକାଶ ନିମନ୍ତେ ସେବକର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇଥିଲେ। ଅନ୍ୟତମ ଉପଦେଷ୍ଟା ବିଜୟାନନ୍ଦ ନାଏକ, ଫୁଲେଶ୍ୱର ନାଏକ ପ୍ରମୁଖ ଶୁଭେଚ୍ଛା ଜ୍ଞାପନ କରିବା ସହ ସେବକର ଉତ୍ତୋରାତ୍ତର ଉନ୍ନତି କାମନା କରିଥିଲେ।

Advertisment

କାର୍ଯ୍ୟକ୍ରମ ପ୍ରାରମ୍ଭରେ ସେବକର ଅଧ୍ୟକ୍ଷ ଅମୀୟକାନ୍ତ ନାଏକ ସ୍ୱାଗତ ଭାଷଣ ତଥା ଭବିଷ୍ୟତ ଯୋଜନା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସେବକର ବରିଷ୍ଠ କାର୍ଯ୍ୟକ୍ରମ ଅଧିକାରୀ ଦିଗମ୍ବର ଉପାଧ୍ୟାୟ, ସଞ୍ଜୁ ପଟେଲ, ସମ୍ପାଦକ ପ୍ରଦୀପ କୁମାର ବ୍ରହ୍ମ ବକ୍ତବ୍ୟ ରଖିଥିଲେ। ସ୍ନେହଲତା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ସେବକର ବେଦବ୍ୟାସ ଧୃଆ ସଭା ପରିଚାଳନା କରିଥିବାବେଳେ ପ୍ରତି ପ୍ରକଳ୍ପର କର୍ମକର୍ତ୍ତା, ଉପଦେଷ୍ଟା, ଶୁଭଚିନ୍ତକମାନେ ଉଭୟ ପ୍ରତ୍ୟକ୍ଷ ଓ ଆଭାସୀ ମାଧ୍ୟମରେ ଯୋଗଦାନ କରିଥିଲେ।