ଶ୍ମଶାନ ଓ ବରୁଣେଇ ପାର୍କ ପାଇଁ ଭିତ୍ତିପ୍ରସ୍ତର ପଡ଼ିଲା

ଖୋର୍ଦ୍ଧା : ଖୋର୍ଦ୍ଧା ପୌରାଂଚଳରେ ବହୁ ପ୍ରସ୍ତାବିତ ଅତ୍ୟାଧୁନିକ ଶ୍ମଶାନ ବରୁଣେଇ ଠାରେ ସ୍ମାର୍ଟ ପାର୍କର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି

ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିତ୍ତିଫଳକର ଉଦଘାଟନ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଦଶକ ଦିଗନ୍ତ ରାଉତରାୟ, ନିର୍ବାହୀ ଅଧିକାରୀ ଶ୍ମେତପଦ୍ମା ଶତପଥି, ପୌର ଯନ୍ତ୍ରୀ ଅନୁରାଧା ପ୍ରଧାନ, ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ର, କନିଷ୍ଠ ଯନ୍ତ୍ରୀ ନିହାର ରଂଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ

ଏନେଇ ପୌର ନିର୍ବାହୀ ଅଧିକାରୀ ଶ୍ରୀମତି ଶତପଥି କହିଛନ୍ତି ଯେ ଆସନ୍ତା ବର୍ଷ ଅପ୍ରିଲ୍ ପହିଲା ପୂର୍ବରୁ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ଅପ୍ରିଲ୍ ପହିଲା ସ୍ୱତନ୍ତ୍ର ଉକ୍ରଳ ଦିବସରେ ଏହାର ଶୁଭ ଉଦ୍ଘାଟନ କରିବାକୁ ଲକ୍ଷ୍ୟ ରଖାଯାଇଛି ସହରର ଆବଶ୍ୟକ ପଡ଼ୁଥିବା ଅନ୍ୟ ମୌଳିକ ସମସ୍ୟା ସମ୍ପର୍କରେ ଅନୁଶୀଳନ କରାଯାଇ ଆସନ୍ତା ମାସ ମଧ୍ୟରେ ସହରର ଭିତ୍ତିଭୂମିକୁ ସୁଦୃଢ଼ କରାଯିବ ଏହାସହ ଆରମ୍ଭ ହୋଇଥିବା ଅନ୍ୟ ବଡ଼ ପ୍ରକଳ୍ପ ଗୁଡ଼ିକ ସମୟ ମଧ୍ୟରେ ଶେଷ କରିବାକୁ ସେ ଯନ୍ତ୍ରୀ ଠିକାଦାରଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ବୋଲି ଶ୍ରୀମତି ଶତପଥି କହିଛନ୍ତି

ସୂଚନାଯୋଗ୍ୟ ସ୍ମାର୍ଟ ପାର୍କ ଅତ୍ୟାଧୁନିକ ଶ୍ମଶାନ ପାଇଁ ସରକାରଉନ୍ନତି ଯୋଜନାରେ କୋଟି ଟଙ୍କା ଲେଖାଏଁ ଅନୁଦାନ ଦେଇଛନ୍ତି ଟିଏଲ୍ସି ପଡ଼ିଆ ନିକଟସ୍ଥ . ଏକର ସ୍ଥାନରେ ଶ୍ମଶାନ ନିର୍ମାଣ କରାଯିବ ସେହିଭଳି ବରୁଣେଇ ପାହାଡ଼ର ପାଦଦେଶରେ ଏକର ଅଂଚଳରେ ସ୍ମାର୍ଟ ପାର୍କ ନିର୍ମାଣ କରାଯିବ ଉଭୟ କାମ ନେଇ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ହୋଇସାରିଛି ଆସନ୍ତା ମାସ ମଧ୍ୟରେ ଶେଷ ହେବା ଲକ୍ଷ୍ୟ ରଖାଯାଇଛି

ସମ୍ବନ୍ଧିତ ଖବର